ଗୋଆରେ ମ୍ୟାଜିକ୍ ନଂ୨୧; ବିଜେପି ୨୦ରେ ଅଟକି ଗଲା

ପାଣାଜୀ: ଗୋଆରେ ସରକାର ଗଠନ କରିବାକୁ କୌଣସି ରାଜନୀତିକ ଦଳକୁ ସ୍ପଷ୍ଟ ବହୁମତ ମିଳିନାହିଁ। ରାଜ୍ୟର ୪୦ ବିଧାନସଭା ଆସନରୁ କ୍ଷମତାସୀନ ବିଜେପି ସର୍ବାଧିକ ୨୦ଟି ଆସନ ଜିତିଛି। ହେଲେ ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୨୧। ବିଜେପି ପଛକୁ କଂଗ୍ରେସ ୧୨ଟି ଆସନ ଜିତିଥିବା ବେଳେ ଆପ୍ ଟିଏମସି ୨ଟି ଲେଖାଏ ଆସନ ଦଖଲ କରିଛନ୍ତି। ସେହିପରି ସ୍ୱାଧୀନ ପ୍ରାର୍ଥୀ ୪ଟି ଆସନ ଜିତିଛନ୍ତି। ଏହି ଜଣଙ୍କ ମଧ୍ୟରୁ ଜଣେ ଯଦି ବିଜେପିକୁ ସମର୍ଥନ କରିବେ, ତାହେଲେ ଦଳ ଏଠାରେ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ହାସଲ କରିନେବ।

ସ୍ୱାଧୀନ ପ୍ରାର୍ଥୀଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ବିଜେପି ମଧ୍ୟ ପ୍ରୟାସ ଆରମ୍ଭ କରିଦେଇଛି। ଏପରି କି ଦଳର ଜଣେ ବରିଷ୍ଠ ନେତା ଜଣ ଯାକ ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ ଘୋଷଣା କରିଥିବା କହିଛନ୍ତି।

ବିଜେପି ସର୍ବବୃହତ୍ତ ଦଳ ଭାବେ ଉଭୟ ହୋଇଥିବାରୁ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଗୋଆ ରାଜ୍ୟପାଳଙ୍କୁ ଭେଟିବେ। ଏହି ସମୟରେ ସେ ସରକାର ଗଠନ କରିବାକୁ ଦାବି ଜଣାଇବେ। ଏଥିସହ ବିଜେପି ପାଖରେ କେତେ ବିଧାୟକ ଅଛନ୍ତି, ତା ତାଲିକା ମଧ୍ୟ ଦେବେ। ତାଲିକା ପରେ ହିଁ ଗୋଆର କେତେ ଜଣ ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ କରୁଛନ୍ତି, ତାହା ସ୍ପଷ୍ଟ ହେବ।

୨୦୧୭ ଗୋଆ ବିଧାନସଭାରେ କଂଗ୍ରେସ ସର୍ବବୃହତ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ସରକାର ଗଢ଼ିବାକୁ ଅକ୍ଷମ ହୋଇଥିଲା। ନେତାଙ୍କ ଦୂରଦୃଷ୍ଟିର ଅଭାବ ଦଳ ବଦଳ ଯୋଗୁ କଂଗ୍ରେସ ଗୋଆରେ ସର୍ବାଧିକ ଆସନ ଜିତି ମଧ୍ୟ ମୁଖ୍ୟମନ୍ତ୍ରୀ ଆସନ ଦଖଲ କରିପାରି ନଥିଲା। କିନ୍ତୁ ବିଜେପି ୨୦୧୭ରେ କଂଗ୍ରେଦ କରିଥିବା ଭୁଲର ପୁନରାବୃତ୍ତି କରିବାକୁ ଚାହୁଁନି। ଏଥିପାଇଁ ଦଳ ସ୍ୱାଧୀନ ପ୍ରାର୍ଥୀମାନଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ଫୁଲଦମରେ ଲାଗିପଡ଼ିଛି।

୨୦୧୭ ଗୋଆ ବିଧାନସଭାର ୪୦ ଆସନରୁ କଂଗ୍ରେସ ୧୭ଟିରେ ବାଜିମାତ କରିଥିଲା। ହେଲେ ବିଜେପି ୧୩ଟି ଆସନ ଜିତି ସରକାର ଗଠନ କରିବାକୁ ସକ୍ଷମ ହୋଇଥିଲା। ବିଜେପି ରାଜ୍ୟର ଛୋଟ ଛୋଟ ଦଳକୁ ନିଜ ସହ ସାମିଲ କରି ବେଶ ସହଜରେ ମ୍ୟାଜିକ ନମ୍ବର ହାସଲ କରି ନେଇଥିଲା।

Share this…
Share on Facebook

Facebook