ଝାରପୋଖରିଆ ବାସୀଙ୍କ ଦୁଃଖ ଫ୍ଲାଇ ଓଭର ବ୍ରିଜ

ଝାରପୋଖରିଆ ର ଦୁଃଖ ପାଲଟିଛି ଫ୍ଲାଇ ଓଭର ବ୍ରିଜ।ଅଧାରେ ଅଟକିଛି କାମ।ଜବରଦଖଲ ଉଚ୍ଛେଦ କରିବାରେ ସ୍ଥାନୀୟ ତହସିଲଦାର ଙ୍କ ଅହେତୁକ ବିଳମ୍ବ ପାଇଁ କାମ ଠିକ ସମୟରେ ସରିପାରିଲା ନାହିଁ।
VO-ବର୍ଷ ପରେ ବର୍ଷ ଗଡି ଚାଲିଛି, ହେଲେ ଝାରପୋଖରିଆ ବାସୀଙ୍କ ଦୁଃଖ ସରୁନି।ସରକାର ଅ ସ୍ଥାନୀୟ ପ୍ରଶାସନ ର ପାରିବା ପଣିଆ କୁ ନେଇ ଉଠିଛି ଅନେକ ପ୍ରଶ୍ନ।ଜାତୀୟ ରାଜପଥ ୪୯ର ଝାରପୋଖରିଆ ଠାରେ ଏଲ ଏଣ୍ଡ ଟି ପକ୍ଷରୁ ଫ୍ଲାଇ ଓଭର ବ୍ରିଜନିର୍ମାଣ କାର୍ଯ୍ୟ ଚାରି ବର୍ଷ ପୂର୍ବରୁ ଆରମ୍ଭ କରାଯାଇଥିଲା।

ଆଶା ଥିଲା ଫ୍ଲାଇ ଓଭର ବ୍ରିଜହେଲେ ଦୁର୍ଘଟଣା କମିବ,ଫଳରେ ସ୍ଥାନୀୟ ଲୋକେ ଆଶ୍ବସ୍ଥି ପାଇବେ,ହେଲେ ଏହି ବ୍ରିଜ ଏବେ ପାଲଟିଛି ଦୁଃଖ।ବର୍ଷା ଦିନରେ ରାସ୍ତା ରେ ଜମୁଛି ଆଣ୍ଠୁଏ ପାଣି।ଅସ୍ଥାୟୀ ରାସ୍ତା ପାଲଟିଛି ମରଣ ଯନ୍ତା।ଝାରପୋଖରିଆ ଠାରେ ଅନେକ ଶିକ୍ଷାନୁଷ୍ଠାନ ଥିବାରୁ ଏଠାରେ ସବୁବେଳେ ଗହଳି ଲାଗିରହୁଥିବା ଫଳରେ ସବୁ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି।

ଜାତୀୟ ରାଜପଥ ୪୯ ଓ ୧୮ର ମିଳନ ସ୍ଥଳୀ ଠାରେ ଏହି ବ୍ରିଜ ନିର୍ମାଣ ଚାଲିଥିବା ବେଳେ ଏହା ଯାତାୟାତ ଦୃଷ୍ଟିରୁ ବହୁ ଗୁରୁତ୍ୱ ବହନ କରିଛି।ବ୍ରିଜ ନିର୍ମାଣ ର ଦିର୍ଘଦିନ ଧରି ସ୍ଥାନୀୟ ପ୍ରଶାସନ ଜମି ଅଧିଗ୍ରହଣ କରିବାରେ ଅହେତୁକ ବିଳମ୍ବ ପାଇଁ ଆଜି ବ୍ରିଜ କାମ ଏବେ ଅଧା ଅପନ୍ତରିଆ ହେଇ ପଡିରହିଛି।ବ୍ରିଜ ପାଇଁ ସ୍ଥାନୀୟ ଜନ ସାଧାରଣ ଅନେକ ସମସ୍ୟା ଦେଇ ଗତି କରୁଥିବା ବେଳେ,ଜନ ସାଧାରଣ ଙ୍କ ସମସ୍ୟା କୁ ଅଣ ଦେଖା କରୁଛନ୍ତି ସରକାର। ତେବେଦେଖିବାକୁ ବାକିବରହିଲା ଜନସାଧାରଣଙ୍କ ଦୁଃଖ କେବେ ଶୁଣୁଛନ୍ତି ।REPORTER- ତପନ କୁମାର ଦଣ୍ଡପାଟ,ସାରସକଣା ମୟୁରଭଞ୍ଜ

Share this…
Share on Facebook

Facebook