ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବି କଲେ ପରିବାର ଲୋକେ।

ପିପିଲି – ଛାତ୍ର ମୃତ କୁ ନେଇ ପିପିଲି ରେ ଦେଖାଦେଇଛି ଉତ୍ତେଜନା । ପିପିଲି-ପୁରୀ ଭୁବନେଶ୍ୱର 316 ନମ୍ବର ଜାତୀୟ ରାଜପଥ ପିପିଲି ଟୋଲ ଗେଟ ଠାରେ ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ ମୃତ ଦେହ ରଖି ନ୍ୟାୟ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଥିଲା । ଘଟଣା ସ୍ଥଳରେ ଉତ୍ତେଜନା ଦେଖାଯିବା ପରେ ପିପିଲି SDPO ଦେବଦତ୍ତ ବରାଳ ଓ ପିପିଲି IIC ଅଭିମନ୍ୟୁ ନାୟକ ସ୍ଥାନୀୟ ଲୋକଙ୍କୁ ବୁଝାଇ ରାସ୍ତା ଅବରୋଧ ହଟାଇବା ପାଇଁ ପ୍ରୟାସ କରିଥିଲେ । ଆନ୍ଦୋଳନକାରୀ ଙ୍କ ସହ ପ୍ରାୟ ୧ଘଣ୍ଟା କାଳ ବୁଝେଇବା କୁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା ।

ପରେ ପିପିଲି ପୋଲିସ ନିରପେକ୍ଷ ତଦନ୍ତ ପାଇଁ ପ୍ରତିଶ୍ରୁତି ଦେବା ପରେ ମୃତ ଛାତ୍ର ଙ୍କ ଗାଁ ଲୋକେ ରାସ୍ତା ଅବରୋଧ ରୁ ହଠିଥିଲେ ।
ମିଳିଥିବା ସୂଚନା ମୁତାବକ…ପିପିଲି ଗୋବିନ୍ଦପୁର ଅନ୍ତର୍ଗତ ମାଟିଆପଡ଼ା ଗ୍ରାମର ସୁମିତ୍ରା ଜେନାଙ୍କ ପୁଅ ମୃତ ସୌମ୍ୟରଞ୍ଜନ ଦଶମ ଶ୍ରେଣୀର ଛାତ୍ର…ଗତ 07-03-2022 ରିଖ ସନ୍ଧ୍ୟା 6ଟା ଠାରୁ ନିଖୋଜ ଥିଲେ… ପରଦିନ ଅର୍ଥାତ 08-03-2022 ରିଖ 11ଟା ସମୟରେ ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୌମ୍ୟରଞ୍ଜନଙ୍କ ମୃତଦେହ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅନ୍ତର୍ଗତ କନ୍ତିଆକଣ୍ଟା ସ୍ଥିତ ରେଳଲାଇନରେ ପଡ଼ିଥିବା ଘର ଲୋକଙ୍କୁ ଖବର ମିଳିଥିଲା ! ମୃତ ସୌମ୍ୟରଞ୍ଜନଙ୍କ ସହ ଉକ୍ତ ଅଞ୍ଚଳର ଜଣେ ଝିଅ ସହ ପ୍ରେମ ସମ୍ପର୍କ ଥିଲା ଯାହାକି ତାଙ୍କ ମୋବାଇଲର ମେସେଜରୁ ଜଣାପଡିଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ଏନେଇ ମୃତ ସୋମ୍ୟରଞ୍ଜନ ଙ୍କ ମା ପିପିଲି ଥାନାରେ ଏତଲା ଦେଇଛନ୍ତି ! ଏହି 16ବର୍ଷୀୟ ଦଶମ ଶ୍ରେଣୀର ଛାତ୍ର ସୌମ୍ୟରଞ୍ଜନଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରି ପରିବାର ଏବଂ ଗ୍ରାମବାସୀ ମାନେ ନ୍ୟାୟ ପାଇଁ ପିପିଲି ଟୋଲ ଗେଟ ଠାରେ ସୋମ୍ୟରଞ୍ଜନ ର ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ । ପାଖାପାଖି ଦୁଇ ଘଣ୍ଟା ପରେ ପିପିଲି ଏସଡିପିଓ ଦେବଦତ୍ତ ବରାଳ ଏହି ଘଟଣା ର ନିରପେକ୍ଷ ତଦନ୍ତ କରି ଦୋଷୀ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବା ପରେ ରାସ୍ତା ରୋକ ହଠିଛି ।

Share this…
Share on Facebook

Facebook