ଯନ୍ତ୍ରଣା ଦେଉଛି ଯୌତୁକ ଜହ୍ଲାଦ

ଭଦ୍ରକ- ଯୌତୁକ ନିର୍ଯାତନରେ ଅତିଷ୍ଠ ନବାବିବାହିତା ବହୁ |ଯୌତୁକ ପାଇଁ ଶାରୀରିକ ଓ ମାନସିକ ନିର୍ଯାତନା ଦେଲେ ଶଶୁରଘର ଲୋକେ |ସୂଚନା ମୁତାବକ ଶାବରଙ୍ଗ ଥାନା ଅନ୍ତର୍ଗତ ଆଟୋ ଗାଁର କରୁଣାକର ବେହେରାଙ୍କ ଝିଅ ରଂଜିତା ବେହେରାଙ୍କୁ ଦେଢ଼ ବର୍ଷ ପୂର୍ବରୁ ବାସୁଦେବପୁର ଥାନା ଅନ୍ତର୍ଗତ ବ୍ରହ୍ମଣିଗାଁ ର ସୁରେନ୍ଦ୍ର ବେହେରା ନାମକ ବ୍ୟକ୍ତି ବୈଦିକ ରୀତି ନୀତିରେ ବିବାହ କରିଥିଲେ ଏବଂ ତାଙ୍କର ଚାରି ମାସର କନ୍ୟା ସନ୍ତାନ ମଧ୍ୟ ଅଛି |ଅନେକ ଦିନ ହେବ ବିବାହ ପରେ ସ୍ୱାମୀଙ୍କ ସହ ଶଶୁର ଘରର ଲୋକମାନେ ରଂଜିତା ଙ୍କୁ ବାପଘରୁ ଯୌତୁକ ଆଣିବା କୁ କହି ଅମାନୁଷିକ ଭାବେ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ

,ରଂଜିତାଙ୍କ ବାପା ଜଣେ ଗରିବ ଖଟିଖିଆ ବ୍ୟକ୍ତି ହୋଇଥିବା ହେତୁ ଶାଶୁ ଘର ଲୋକ ଦାବି କରୁଥିବା ଯୌତୁକ ଦେବାପାଇଁ ଅସମର୍ଥ ହୋଇଥିଲେ ରଂଜିତାଙ୍କ ବାପା ତେଣୁ ରଂଜିତାଙ୍କୁ ମାରିଦେବାକୁ ଚକ୍ରାନ୍ତ କରିଥିଲେ ଶାଶୁ ଘର ଲୋକେ |ଏ ବାବଦ ବାସୁଦେବପୁର ଥାନାରେ ରଂଜିତା ଅଭିଯୋଗ କରିଥିଲେ ଓ ମାମଲା ଦାୟର ମଧ୍ୟ ହୋଇଥିଲା କିନ୍ତୁ ଥାନା କୌଣସି ପଦକ୍ଷେପ ନନେବାରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ରଂଜିତା 25 ଫେବୃଆରୀ ରେ ଅଭିଯୋଗ ଜଣାଇଥିଲେ କିନ୍ତୁ ଅନେକ ଦିନ ବିତିଗଲା ପରେ ପୋଲିସ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ବୁଧବାର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ରଂଜିତା ଏବଂ ନିର୍ଯାତନା ଦେଉଥିବା ଶଶୁରଘର ଲୋକଙ୍କୁ ଗିରଫ କରିବାକୁ ଜିଲ୍ଲପାଳଙ୍କୁ ଅନୁରୋଧ କରିଛନ୍ତି ରଂଜିତା |

Share this…
Share on Facebook

Facebook