ୟୁକ୍ରେନରୁ ଫେରିଲା ଝିଅ;ଆଶା ଥମିଗଲା,ଆଶଙ୍କା ବଢିଲା

ଭଦ୍ରକ;ୟୁକ୍ରେନ ରେ ଯୁଦ୍ଧ , ଭଦ୍ରକ ରେ ଆତଙ୍କ । ଆଶା ଆଉ ଆଶଙ୍କା ରେ ୟୁକ୍ରେନ ରେ ଥିବା ଛାତ୍ର ଛାତ୍ରୀ ଙ୍କ ପରିବାର । ଫ୍ଲାଇଟ ଟିକେଟ ସରିଥିଲା , କିନ୍ତୁ ଆସିବା ପୂର୍ବରୁ ହୋଇଗଲା ଯୁଦ୍ଧ । ଏବେ ଫସି ରହିଥିବା ଛାତ୍ରଛାତ୍ରୀ ମାନେ ରହୁଥିବା ଅଞ୍ଚଳ ର ଘଟଣା ବଖାଣୁଛନ୍ତି । ହଷ୍ଟେଲ ଛାଡି ବଙ୍କର ରେ ରହୁଛନ୍ତି , କାଁଭାଁ ମୋବାଇଲ ଅନ କରୁଛନ୍ତି ।

ଏହା ମଧ୍ୟ ରେ କିନ୍ତୁ ଗୋଟିଏ ଆଶ୍ବସ୍ଥିକର ଖବର ଆସିଛି ଯେ ଫସି ରହିଥିବା ଛାତ୍ର ଛାତ୍ରୀ ଙ୍କ ନିକଟ ରେ ଓଡିଶା ସରକାର ଙ୍କ ସହାୟତା ପହଞ୍ଚିଛି । ତେବେ ଆମେ ଭେଟିଥିଲୁ ଯୁକ୍ରେନରୁ ଫେରିଥିବା ଭଦ୍ରକ ଜିଲ୍ଲା ର ଝିଅ ଅର୍ଚନା କରଙ୍କୁ, ସେ ଡିସେମ୍ବର ମାସ 5 ତାରିଖ ରେ ୟୁକ୍ରେନ ଯାଇଥିଲେ । ଖାର୍କିଭ ନେସନାଲ ମେଡିକାଲ ୟୁନିଭରସିଟି ରେ ଓରଥମ ବର୍ଷ ର ଛାତ୍ରୀ ଥିଲେ । ସେ ମସ୍କୋ ଠାରୁ 100 କିଲୋମିଟର ଦୂର ବୋଲଫାର୍ଡ ରେ ରହୁଥିଲେ ।

କିଛି ଦିନ ପୂର୍ବରୁ ଗଣମାଧ୍ୟମରେ ଖବର ପ୍ରସାରିତ ମଧ୍ୟ ହୋଇଥିଲା ଏବଂ ଅର୍ଚନାଙ୍କ ମାତା ପିତା ମଧ୍ୟ କାନ୍ଦି କାନ୍ଦି ପ୍ରତିକ୍ରିୟା ରଖଥିଲେ କି ସରକାର ଆମ ଝିଅକୁ ଫେରାଇ ଆଣନ୍ତୁ ବୋଲି ଆଉ ସବୁ ପ୍ରତୀକ୍ଷା ର ଅନ୍ତ ଘଟିଲା ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଗତ କାଲି ଅର୍ଚନା ଘରକୁ ଫେରିଛନ୍ତି ଆଉ ବଖାଣି ଛନ୍ତି ଯୁକ୍ରେନ ଥିବାବେଳେ କଣ ଥିଲା ଯୁଦ୍ଧ ବେଳର ସ୍ଥିତି |ଏବଂ ଅର୍ଚନା କୁ ପାଇଁ ପିତା ମାତା ବହୁତ ଖୁସି ଥିବା ଜଣାପଡିଥିବା ବେଳେ ସେମାନଙ୍କ ଆଖିରୁ ଅର୍ଚନାକୁ ପାଇ ଖୁସିର ଅଶ୍ରୁ ବହିଥିଵା ବେଳେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା |

Share this…
Share on Facebook

Facebook