5 ଟି ସନ୍ତାନର ଜନନୀ ହେଲେ ସରପଞ୍ଚ

ଭଦ୍ରକ: ପଞ୍ଚାୟତ ନିର୍ବାଚନରେ ଧଜିଆ ଉଡିଲା ଗ୍ରାମପଞ୍ଚାୟତ ଅଧିନିୟମ 17 (ଗ )ର |ଅଧିନିୟମ ଅନୁଯାଇ 1995 ମସିହା ପରଠାରୁ ପ୍ରାର୍ଥୀ ଵା ପ୍ରାର୍ଥୀନୀ ଙ୍କର ଯଦି ଦୁଇ ରୁ ଅଧିକ ସନ୍ତାନ ଥାନ୍ତି ତେବେ ସେ ପ୍ରାର୍ଥୀଙ୍କ ପ୍ରାର୍ଥୀ ପତ୍ର ନାକଚ କରାଯିବ |ସୂଚନାମୁତାବକ ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କରଦା ପଞ୍ଚାୟତର ରୁ ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ମମତା ଆଚାର୍ଯ୍ୟ ନାମ୍ନୀ ମହିଳା କିନ୍ତୁ ମମତାଙ୍କ ପ୍ରତିଦ୍ବନ୍ଦୀ ସରପଞ୍ଚ ପ୍ରାର୍ଥୀନୀ ଶ୍ରୀମତୀ ବିନୋଦିନି ପୋଥାଳ ମମତା ପାଞ୍ଚଟି ପିଲାର ଜନନୀ ବୋଲି ଜାଣିଥିଲେ ଯାହା ନାମାଙ୍କନ ପତ୍ର ଦାଖଲ ରେ ମମତା ସତ୍ୟପାଠ ରେ ଦର୍ଶାଇ ନଥିଲେ |

ନିର୍ବାଚନ ପୂର୍ବରୁ ଏକ ଅଭିଯୋଗ ଗତ 22 ଜାନୁଆରୀ ରେ ନିର୍ବାଚନ ଅଧିକାରୀଙ୍କୁ ବିନୋଦିନୀ ପ୍ରେରଣ କରିଥିଲେ ମଧ୍ୟ ନିର୍ବାଚନ ଅଧିକାରୀ ତାହାକୁ ଦୃଷ୍ଟି ଦେଇନଥିଲେ ଏବଂ ମମତା ନାମାଙ୍କନ ଦାଖଲ ବେଳେ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି ଯାହା ଏକ ଦଣ୍ଡନୀୟ ଅପରାଧ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା |ଆଇନ କୁ ଉଲଂଘନ କରି ମିଥ୍ୟା ସତ୍ୟପାଠ ଦେଇ ସରପଞ୍ଚ ପାଇଁ ନିର୍ବାଚିତ ହୋଇଥିବା ମମତା ଆଚାର୍ଯ୍ୟଙ୍କ ସରପଞ୍ଚ ପଦକୁ ଅସିଦ୍ଧ ଘୋଷଣା କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ,ଜିଲ୍ଲା ରେ ଥିବା ନିର୍ବାଚନ ଅଧିକାରୀ, ଜିଲ୍ଲାପାଳ,5 ଟି ସଚିବଙ୍କୁ ଅଭିଯୋଗ ପତ୍ର ଦେବାସହ ସମସ୍ତ ପ୍ରମାଣ ପତ୍ର ଧରି ବୁଧବାର ଜିଲ୍ଲାପାଳଙ୍କୁ ସାକ୍ଷାତ କରିଛନ୍ତି ଯଦି ନିର୍ବାଚନ ଅଧିକାରୀ ଵା ନିର୍ବାଚନ ଆୟୋଗ ଏଭଳି ଏକ ସମ୍ବେଦନଶୀଳ ଓ ଆଇନ କୁ ଉଲଂଘନ କରିଥିବା ମାମଲାକୁ ଦୃଷ୍ଟି ନଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ପଞ୍ଚାୟତ ବାସି ରାଜରାସ୍ତକୁ ଓଲ୍ହାଇବା ସହ ନବୀନ ନିବାସ ଘେରାଉ ପାଇଁ ଚେତାବନୀ ଦେଇଛନ୍ତି |

Share this…
Share on Facebook

Facebook