ସମିତି ଅଧକ୍ଷ ପଦ ହାତେଇବାକୁ ବିଧାୟିକା ଓ ପୂର୍ବତନ ବ୍ଲକ ଅଧକ୍ଷ ଙ୍କ ମଧ୍ୟରେ ଚାଲିଛି ମାନସ ମନ୍ଥନ l

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ର ତିନି ପ୍ରଯ୍ୟାୟ ଧରି ଅଧକ୍ଷ ପଦ ହାତେଇ ଆସୁଥିବା ପୂର୍ବତନ ବ୍ଳକ ଅଧକ୍ଷ ସରୋଜ ସାହୁ ଏଥର ଗlଦି ରେ ବସିବେକି ନାହିଁ ତାକୁ ନେଇ ସାରା ଜିଲାରେ ଏବେ ଚାଲିଛି ଚର୍ଚ୍ଚା l ଜିଲ୍ଲା ର ପାଟକୁରା ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚା ରେ ରହି ଆସୁଥିବା ବେଳେ ଏଥର ପୁଣି ଡେରାବିଶ ବ୍ଲକ ଅଧକ୍ଷ ପଦ କୁ ନେଇ ଚର୍ଚ୍ଚା ଯୋର ଧରିଛି l ଗୋଟେ ପଟେ ବିଧାୟିକା ସାବିତ୍ରୀ ଅଗ୍ରୱାଲ ବ୍ଲକ ଅଧକ୍ଷ ପଦ ନିଜ ଅକ୍ତିଆର କୁ ନେବାକୁ କଳ ବଳ କୌଶଳ ଲଗେଇ ଥିବା ବେଳେ ଅନ୍ୟ ପଟେ ପୂର୍ବ ତନ ବ୍ଲକ ଅଧକ୍ଷ ସରୋଜ ସାହୁ ମଧ୍ୟ ଜି ଜାନ ଲଗେଇ ଦେଇଥିବା ନେଇ ଆଲୋଚନା ହେଉଛି l

2017 ପଞ୍ଚାୟତ ନିର୍ବାଚନ ରୁ ସମିତି ଅଧକ୍ଷ ପଦକୁ ନେଇ ଆରମ୍ଭ ହୋଇଥିବା ଏହି ବିବାଦ ଚଳିତ ନିର୍ବାଚନ ରେ ମଧ୍ୟ୍ୟ ଦେଖିବାକୁ ମିଳିଛି l 2017 ମସିହାରେ ତତ୍କାଳୀନ ପାଟକୁରା ବିଧାୟକ ସ୍ବର୍ଗତ ବେଦାପ୍ରକାଶ ଅଗ୍ରୱାଲ ବ୍ଲକ ବିଜେଡି ସଭାପତି ଦେବାଶିଷ ଆଚାର୍ଯ୍ୟ ଙ୍କୁ ସମିତି ଅଧକ୍ଷ ଚାହୁଁଥିବା ବେଳେ ଦୁଇଥର ସମିତି ଅଧକ୍ଷ ପଦ କୁ ହାତେଇଥିବା କଳ୍ପନା ସାହୁଙ୍କ ସ୍ୱାମୀ ସରୋଜ ସାହୁ ନିଜେ ଅଧକ୍ଷ ହେବେ ବୋଲି ଜିଦ ଧରି ସେଥିରେ ସଫଳ ହୋଇଥିଲେ l ସେହିଦିନ ଠାରୁ ଆରମ୍ଭ ହୋଇଥିବା ବିଧାୟକ ବନାମ ସରୋଜ ବିବାଦର ଯେମିତି ଅନ୍ତ ହେଉନାହିଁ l

– ବହୁ ବାଦ ବିବାଦ ଓ ଦଳବଦଳ ପରେ ଯଦିଓ ଏବେବି ଉଭୟ ଗୋଷ୍ଠୀ ବିଜେଡି ରେ ଅଛନ୍ତି ହେଲେ କେହି କାହାରିକୁ ପଦ ଛାଡିବା ପାଇଁ ଓ ନିଜର ପତିଆରା ହ୍ରାସ କରିବା ପାଇଁ ଚାହୁଁ ନାହାନ୍ତି l ବେଦୁ ବାବୁଙ୍କ ଅନ୍ତେ ତାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ବିଧାୟିକା ଦାୟିଦ୍ୱ ସମ୍ଭାଳିବା ପରେ ମଧ୍ୟ ସେହି ଧାରା ଜାରି ରହିଛି l 26ଟି ପଞ୍ଚାୟତ ବିଶିଷ୍ଟ ଏହି ବ୍ଲକ ନିର୍ବାଚନ ରେ ବିଜେଡି ଏକାକୀ ସଂଖ୍ୟାଗରିଷ୍ଟତା ହାସଲ କରିଥିଲେ ମଧ୍ୟ ହାତ ପାହାନ୍ତରେ ଅଧକ୍ଷ କରାଇବାର ଦକ୍ଷତା ଥିଲେ ମଧ୍ୟ ଗୋଷ୍ଠୀ ବିବାଦ ଯୋଗୁଁ ତାହା ସମ୍ଭବପର ହେଉ ନାହିଁ l

Share this…
Share on Facebook

Facebook