ଜଳୁଛି ମାଙ୍କଡଚୁଆ ସଂରକ୍ଷିତ ଜଙ୍ଗଲ।

ତେଲକୋଇ-ଜଳୁଛି ସମାକୋଇ ସଂରକ୍ଷିତ ଜଙ୍ଗଲ ।ମାଙ୍କଡଚୁଆ ଜଙ୍ଗଲ ରେ ଲାଗିଛି ନିଆଁ ।ଲିଭିବାର ନାଁ ଧରୁନି।ଜଳୁଛି ଜଙ୍ଗଲ ଆଉ ସଂଙ୍କଟରେ ବନ୍ୟଯନ୍ତୁ ।ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟର କରଦାଙ୍ଗି ଗାଁ ଘୋଡାବେଡା ସାହି ନିକଟ ମାଙ୍କଡଚୁଆ ଜଙ୍ଗଲ ରେ ୪ ଦିନ ହେବ ଜଳୁଛି ନିଆଁ। ହୁତୁ ହୁତୁ ହୋଇ ଜଳୁଛି ଏକର ଏକର ଜଙ୍ଗଲ ।ସଂଧ୍ୟା ହେଲେ ନିଆଁର ପ୍ରକୋପ ଧିରେ ବଢ଼ିବାରେ ଲାଗୁଛି ।ଜଙ୍ଗଲ ନିଆଁ ରେ ମୂଲ୍ୟବାନ ଗଛଲତା ଜଳିଯିବା ସହ ଔଷଧିୟ ଗୁଳ୍ମ ମଧ୍ୟ ନଷ୍ଟ ହୋଇଗଲାଣି । ଜଙ୍ଗଲ ରେ ଥିବା ବାରାହା୍,କୁଟୁରା ସମ୍ବର,ହରିଣ ଆଦି ବନ୍ୟଯନ୍ତୁ ବାସସ୍ଥାନ ହରାଇ ଗାଁ ମୁହାଁ ହେଉଛନ୍ତି।

ଫଳରେ ହରିଣ, କୁଟୁରା ଭଳି ବନ୍ୟଯନ୍ତୁ ଶିକାରୀ କୁକୁର ଙ୍କ ହାବୁଡରେ ପଡି ପ୍ରାଣ ହରାଉଛନ୍ତି । ୪ଦିନ ବିତିଯାଇଥିଲେ ମଧ୍ୟ ନିଆଁ କୁ ଆୟତ୍ତ କରିପାରିନାହିଁ ବନବିଭାଗ।ମାର୍ଚ୍ଚ ମାସ ପୂର୍ବରୁ ରାସ୍ତା କଡ ଜଙ୍ଗଲ ଗୁଡିକର ସୁରକ୍ଷା ନିମନ୍ତେ ବନବିଭାଗ ପକ୍ଷରୁ ଫାୟାର ଲାଇନ ତିଆରି କରାଯିବାର ଆବଶ୍ୟକତା ଥିବା ବେଳେ ତାହା କଳାଯାନଥିବାରୁ ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷା ଦେବା ଏବେ ବନବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।ନିଆଁ ଦାଉରୁ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ବନବିଭାଗ ଏପର୍ଯ୍ୟନ୍ତ ସେଭଳି କିଛି ଠୁସ ପଦକ୍ଷେପ ମଧ୍ୟ ଗ୍ରହଣ କରିନଥିବା ଦେଖିବାକୁ ମିଳିଛି ।ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Share this…
Share on Facebook

Facebook