କଟକ ଅବକାରୀ ଗୁଇନ୍ଦା ବିଭାଗ ଏବଂ ଜଳେଶ୍ବର ଅବକାରୀ ବିଭାଗ ର ମିଳିତ ଚଢଉ

କଟକ ଅବକାରୀ ଗୁଇନ୍ଦା ବିଭାଗ ଏବଂ ଜଳେଶ୍ବର ଅବକାରୀ ବିଭାଗ ର ମିଳିତ ଚଢଉ , 80 କେଜି ଗଞ୍ଜେଇ ସମେତ 680 ଲିଟର ଚୋରା ଦେଶୀ ମଦ ଜବଦ ,ଏହା ସହ 4 ଜଣ ବେପାରୀ ଗିରଫ ହେବା ସହିତ 2 ଟି କାର ଏବଂ ଗୋଟିଏ ବାଇକ ଜବଦ କରିଛି ଅବକାରୀ ବିଭାଗ, ଜବଦ ଗଞ୍ଜେଇ ର ଆନୁମାନିକ ମୂଲ୍ଯ 8 ଲକ୍ଷ ଟଙ୍କା, ଅବକାରୀ କମିଶସନ ର ଆଶିଷ କୁମାର ସିଂହ ନିର୍ଦେଶ କ୍ରମେ ଗତ କାଲି ବିଳମ୍ବିତ ରାତିରେ ଜଳେଶ୍ବର ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜ ପଥ ର ଲକ୍ଷ୍ମଣନାଥ ଠାରେ କଟକ ଅବକାରୀ ଗୁଇନ୍ଦାବିଭାଗ ର ସ୍ପେଶାଲ ସ୍କ୍ୱାର୍ଡ ଓ ଜଳେଶ୍ୱର ଅବକାରୀ ବିଭାଗ ମିଳିତ ଚଢ଼ାଉ କରି 80 କେଜି ଗଞ୍ଜେଇ ସହ ଏକ ସ୍ଵିଫ୍ଟ ଡିଜାୟାର କାର ଜବତ କରିଛି

,ଜବତ ଗଂଜେଇ ର ଆନୁମାନିକ ମୂଲ୍ୟ 8 ଲକ୍ଷ ଟଙ୍କା ହେବ,

ମାତ୍ର ଅଭିଯୁକ୍ତ ଗାଡି ଛାଡି ଚମ୍ପଟ ମାରିଛି, ସେହିପରି ଆଜି ଭୋର ସମୟରେ କଟକ ଓ ଜଳେଶ୍ୱର ଅବକାରୀ ବିଭାଗ ମିଳିତ ଭାବରେ 57 ନମ୍ବର ରାଜ୍ୟ ରାଜ ପଥ ର ଆମ୍ବଳିଅଠା ବାଇପାସ ଠାରେ ଚଢ଼ାଉ କରି 680 ଲିଟର ଚୋରା ଦେଶୀ ମଦ ଜବଦ କରିବା ସହ 4 ଜଣ ବେପାରୀ ଙ୍କୁ ଗିରଫ କରିଛନ୍ତି, ଏହା ସହ ଗୋଟିଏ କାର ଏବଂ ଗୋଟିଏ ବାଇକ ମଧ୍ୟ ଜବତ ହୋଇଛି

Share this…
Share on Facebook

Facebook