ଦିଗପହଣ୍ଡି ବ୍ଲକ ଅଧିନସ୍ଥ କୁଶପଡା ପଞ୍ଚାୟତର କୁଶପଡା ଗାଁ ମେନରୋଡ଼ ସାହିରେ ଅଗ୍ନିକାଣ୍ଡ ଘଟିଛି। ଡି.ବାସୁଦେବ ନାମକ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଦୋକାନ ଘର ଅଗ୍ନିକାଣ୍ଡ ଜଳି ପୋଡି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି।ବାସୁଦେବ ଜଣେ ଭିନ୍ନକ୍ଷମ ହେଲେ ମଧ୍ୟ ଏକ ଦୋକାନ କରି ପରିବାର ଭରଣ ପୋଷଣ କରୁଥିଲେ। ଆଜି ସକାଳେ କୌଣସି କାରଣରୁ ଦୋକାନ ଘର ସମ୍ପୂର୍ଣ୍ଣ ଜାଳି ପୋଡିଯାଇଥିବା ବେଳେ ଘରେ ଥିବା ଅନ୍ୟମାନେ ସୁରକ୍ଷିତ ହୋଇଯାଇଛନ୍ତି।
ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି ଗାଁ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିବା ସହ ଆଉ ବ୍ୟାପିବାକୁ ଦେଇନଥିଲେ। ଅଗ୍ନିକାଣ୍ଡରେ ବ୍ୟାଙ୍କରୁ ଆଣିଥିବା ଋଣ ଟଙ୍କା ସହିତ ସମସ୍ତ ସାମଗ୍ରୀ ଆସବାବପତ୍ର ପୋଡ଼ିଯାଇଥିବାରୁ ଏବେ ପରିବାର ଭରଣ ପୋଷଣ ନେଇ ସମସ୍ତେ ଚିନ୍ତିତ ହୋଇଥିବା ବେଳେ ସରକାରୀ ସହାୟତା ସମସ୍ତେ ଗୁହାରୀ କରିଛନ୍ତି।
ଦିଗପହଣ୍ଡି ରୁ ଶିବ ପ୍ରସାଦ ରଥ