କାଳ ହେଲା ପଥପ୍ରାନ୍ତ ସାଳ

ତେଲକୋଇ ଥାନା ଅନ୍ତର୍ଗତ ଖୁଣ୍ଟାପଡା, ପଡାଙ୍ଗ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ନିକଟରେ ବହୁଦିନରୁ ଠିଆ ହୋଇଥିବା ଏକ ଶୁଖିଲା ଶାଳ ଗଛଟି ଆଜି ଦୁଇ ଜଣଙ୍କ ପାଇଁ କାଳ ସାବ୍ୟସ୍ତ ହୋଇଛି
ଘଟଣା ଅନୁଯାୟୀ କରମଙ୍ଗି ପଂଚାୟତ କୃଷ୍ଣପୁର ଗ୍ରାମର କୁଳମଣି ଫୁଦକର(୪୫)ଏବଂ ପୁତୁରା ଦଶରଥ ଫୁଦକର ମୋଟର ସାଇକେଲ ଯୋଗେ ଭଉଣୀ ବାହାଘର ପାଇଁ ସଉଦା ସାମଗ୍ରୀ ଆଣିବାକୁ ଯାଉଥିଲେ।ପଡାଙ୍ଗ ଏବଂ ବୁଢ଼ାମ୍ବ ମଝିରେ ଥିବା କଳାପଥର ଠାରେ RD ରାସ୍ତାର ଅତି ନିକଟରେ ଥିବା ଏକ ଶୁଖିଲା ଶାଳ ଗଛରେ ଭାରସାମ୍ୟ ହରାଇ ଧକା ହୋଇଥିଲା
ଉଭୟ କକା ପୁତୁରା ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ପଡିରହିଥିବାବେଳେ ସୂଚନା ପାଇ୧୦୮ଏବଂ DMF ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା ଏବଂ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା ।ଅବସ୍ଥା ଅତି ସଂକଟା ପୁର୍ଣ ରହିଥିବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି

Share this…
Share on Facebook

Facebook

Leave a Reply

Your email address will not be published.