ଗାଡ଼ିଆରେ ଭାଷୁଛି ଛାତ୍ର ମୃତ ଦେହ; ଚାଲିଛି ତନାଘନ

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଡାଲଙ୍ଗ ପଞ୍ଚାୟତ ଅଧିନସ୍ଥ ଡାଲଙ୍ଗ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘଟଣାରୁ ପ୍ରକାଶ ଯେ କୈଶ୍ୟଲା ବେହେରା(9) ବର୍ଷ ତୃତୀୟ ଶ୍ରେଣୀ ରେ ପଢି ଆସୁଥିଲେ ପିତା ଲାବନ୍ୟ ନିଧି ବେହେରା ମା ପଦ୍ମାବତୀ ବେହେରା ସୂଚନା ମୁତାବକ କାଲି ସକାଳ 10 ଘଟିକା ସମୟରେ କୈଶ୍ୟାଲା ବେହେରା ହଟାତ କୁଆଡେ ନିଖୋଜ ହେଇ ଯାଇଥିଲେ । ବହୁତ ଖୋଜାଖୋଜି କରିଥିଲେ ଗାଁ ଲୋକ ଓ ଘର ଲୋକ ହେଲେ କୈଶ୍ୟାଲାର କୌଣସି ଖବର ମିଳି ନଥିଲେ।
ଆଜି ସକାଳେ 7 ଘଟିକା ସମୟରେ କୈଶ୍ୟାଲା ବେହେରା ଙ୍କ ମୃତ ଦେହ ଦଳ ଗଢିଆରେ ଭାସୁ ଥିବାର ଦେଖିବାକୁ ମିଳିଥିଲା
ନିଜ ଦଳ ଗଢିଆରେ 12 ଘଣ୍ଟା ଧରି ପାଣିରେ ବୋଡ଼ି ରହିଥିଲେ।ମୃତ ଦେହ ଗଢିଆ ରେ ଭାସୁଥିବା ଦେଖି
ଗାଁ ଲୋକେ ଏବଂ ଘର ଲୋକ ଖଇରା ଥାନା ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ  . ଖବର ପାଇ ଖଇରା ପୋଲିସ୍
ଘଟଣା ସ୍ଥଳରେ ପହଞ୍ଚି କୈଶ୍ୟାଲା ର ଶବକୁ ଉଦ୍ଧାର କରି ସବକୁ ବ୍ୟବଛେଦ ପାଇଁ ପଠାଯାଇଛି। ଏପରି ଖବର ପାଇ ଅଞ୍ଚଳରେ ସୁକର ଛାୟା ଖେଳିଯାଇଛି।

Share this…
Share on Facebook

Facebook

Leave a Reply

Your email address will not be published.