ବିହାରରୁ ଓଡ଼ିଶାକୁ ଲମ୍ବିଛି ଚୋରା ବନ୍ଧୁକ କ।ରବାର

ବାଲେଶ୍ୱର: ବିହାରରୁ ଓଡ଼ିଶାକୁ ଲମ୍ବିଛି ଚୋରା ବନ୍ଧୁକ କରବାର । ବର୍ଷ ବର୍ଷ ଧରି ଲୁଚିଛପି ଚୋରା ବନ୍ଧୁକ କରବାର ଚାଲୁଥିବା ବେଳେ ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ବାଲେଶ୍ୱର ସୋର ୧୬ନଂ ଜାତୀୟରାଜପଥ ବିଦୁ ଛକ ନିକଟରେ ଜଣେ ବିହାରୀ ଯୁବକ ବନ୍ଧୁକ ବିକ୍ରି କରିବାକୁ ଗ୍ରାହକଙ୍କୁ ଅପେକ୍ଷା କରିଥିବା ବେଳେ ପୋଲିସ ଅସାଧୁ ବ୍ୟାବସାୟୀକୁ ଗିରଫ କରିଛି । ଅଭିଯୁକ୍ତ ବିହାରୀ ଯୁବକ ଘର ବୈଶାଳି ଜିଲ୍ଲାର ଲୋକେସ ସିଂ ହୋଇଥିବା ଜଣା ପଡ଼ିଛି । ପୋଲିସ ଅଭିଯୁକ୍ତକୁ ଗିରଫ କରି ଗୋଟାଏ ବନ୍ଧୁକ ସହ ୪ଟି ଅଫୁଟା ଗୁଳି ଜବତ କରିଛି । ସେ ବିହାର ର ମୁଙ୍ଗେର ଅଂଚଳରୁ ବନ୍ଧୁକ ଆଣି ସୋର ଭଦ୍ରକ ଓ ବାଲେଶ୍ୱରର ବିଭିନ୍ନ ଅଂଚଳରେ ବିକ୍ରି କରୁଥିଲା । ପୋଲିସ କୌଣସି ସୂତ୍ରରୁ ଖବର ପାଇଁ ପୋଲିସ ଯୋଜନା ବଦ୍ଧ ଭାବେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଜାରି ରଖିଛି । ସୋରରୁ ସରତ ନାଏକଙ୍କ ରିପୋର୍ଟ ।

Share this…
Share on Facebook

Facebook

Leave a Reply

Your email address will not be published.