ଉତ୍ତରାଖଣ୍ଡରେ ବିଜେପିକୁ ବଡ଼ ଝଟକା ଲାଗିପାରେ

 

ନୂଆଦିଲ୍ଲୀ: ରାଜ୍ୟର ୭୦ ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନର  ଏକଜିଟ ପୋଲ ରେଜଲ୍ଟ ପ୍ରକାଶ ପାଇଛି। ଉତ୍ତରାଖଣ୍ଡରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୩୬। ହେଲେ କ୍ଷମତାସୀନ ବିଜେପି ଏହି ସଂଖ୍ୟାରୁ ସାମାନ୍ୟ ପଛରେ ରହିବ ବୋଲି ବିଭିନ୍ନ ଏକଜିଟ ପୋଲରୁ ଜଣାପଡ଼ିଛି। ଶାସକ ଦଳକୁ ବିରୋଧୀ କଂଗ୍ରେସ କଡ଼ା ଟକ୍କର ଦେବ। କଂଗ୍ରେସ ଖାତାକୁ ୩୨ଟି ଆସନ ଯାଇପାରେ।

ନ୍ୟୁଜ-ଏକ୍ସପୋଲଷ୍ଟାର କହିଛି ଯେ ବିଜେପି ୩୧ରୁ ୩୩, କଂଗ୍ରେସ ୩୩ରୁ ୩୫ ଓ ଆପ ଶୂନରୁ ୩ଟି ଆସନ ଜିତବ। ରିପବ୍ଲିକ ଟିଭର ଏକ୍ସଜିଟ ପୋଲ ଅନୁଯାୟୀ, ବିଜେପି ୩୫ରୁ ୩୯, କଂଗ୍ରେସ ୨୮ରୁ ୩୪ ଓ ଆପ ୦ରୁ ୩ଟି ଆସନ ପାଇବ।

ଟାଇମ୍ସ ନାଓ କହିଛି ଯେ ବିଜେପି ୩୭, କଂଗ୍ରେସ ୩୧ ଓ ଆପ୍‌ ଗୋଟିଏ ଆସନରେ ଜିତିବ। ଜୀ ନ୍ୟୁଜ ଅନୁଯାୟୀ, ବିଜେପି ୨୬ରୁ ୩୦, କଂଗ୍ରେସ ୩୫ରୁ ୪୦ ଓ ଆପ୍‌ ଖାତା ଖୋଲପାରିବ ନାହିଁ।

ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ଅନୁଯାୟୀ, ୩୬-୪୬, କଂଗ୍ରେସ ୨୦ରୁ ୩୦ ଓ ଅନ୍ୟ କୌଣସି ଦଳ ଖାତା ଖୋଲିପାରିବେ ନାହିଁ। P-MARQ କହିଛି ବିଜେପି ୩୫ରୁ ୩୯, କଂଗ୍ରେସ ୨୮ରୁ ୩୪ ଓ ଆପ୍‌ ୦ରୁ ୩ଟି ଆସନ ଜିତିବେ।

ଏବିପି ନ୍ୟୁଜ ସି-ଭୋଟର ଅନୁଯାୟୀ, ବିଜେପି ୨୬ରୁ ୩୨, କଂଗ୍ରେସ ୩୨ରୁ ୩୮, ଆପ୍ ୦ରୁ ୨ଟି ଆସନ ପାଇବେ। ଇଟିଜି ରିସର୍ଚ୍ଚ କହିଛି ଯେ ରାଜ୍ୟରେ ବିଜେପି ୩୭ରୁ ୪୦, କଂଗ୍ରେସ ୨୯ରୁ ୩୨, ଆପ ୦ରୁ ୧ ଆସନ ପାଇବେ।

ଇଣ୍ଡିଆ ଟିଭି ଗ୍ରାଉଣ୍ଡ ଜିରୋ ରିସର୍ଚ୍ଚ ଅନୁଯାୟୀ ୨୫ରୁ ୨୯, କଂଗ୍ରେସ ୩୭ରୁ ୪୧ ଓ ଆପ୍‌ ଖାତା ଖୋଲିପାରିବ ନାହିଁ। ନ୍ୟୁଜ ୨୪ରର ଏକଜିଟ ପୋଲ ଅନୁଯାୟୀ, ବିଜେପି ୪୩, କଂଗ୍ରେସ ୨୪, ଆପ ଶୂନ।

 

Share this…
Share on Facebook

Facebook

Leave a Reply

Your email address will not be published.