ଆସିଲା ଏକଜିଟ ପୋଲ; ଉତ୍ତରପ୍ରଦେଶରେ ପୁଣି ଯୋଗୀ ସରକାର

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବ ବିଜେପି। କିନ୍ତୁ ଦଳର ମିଶନ ୩୦୦+କୁ ଲାଗିପାରେ ଶକ୍ତ ଝଟକା। କାରଣ ବୁଥ ବାହୁଡ଼ା ମତ କହୁଛି ରାଜ୍ୟରେ ବିଜେପି ପୁଣି ସରକାର ଗଠନ କରିବ ସତ, କିନ୍ତୁ ୨୦୧୭ ତୁଳନାରେ ଏହାର ଆସନ ସଂଖ୍ୟା କମିବ। ସେହିପରି ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ପୂର୍ବଥର ଅପେକ୍ଷା ଏଥର ଯଥେଷ୍ଟ ଅଧିକ ଆସନ ପାଇବ।

ଏକଜିଟ ପୋଲ ସଂସ୍ଥା ବିଜେପି ବେଶ ସହଜରେ ୟୁପିରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହାସଲ କରିବ ବୋଲି ଆକଳନ କରିଛନ୍ତି। ଉତ୍ତର ପ୍ରଦେଶ ବିଧାନସଭାର ୪୦୩ ଆସନରୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୨୦୨। ବିଜେପି ଏହି ସଂଖ୍ୟାକୁ ହାସଲ କରି ସରକାର ଗଠନ କରିବ ସବୁ ସଂସ୍ଥା କହିଛନ୍ତି।

MATRIZର ଏକ୍‌ଜିଟ୍‌ ପୋଲ୍‌ ତଥ୍ୟ କହୁଛି ଏଥର ୟୁପିରେ ବିଜେପି ମେଣ୍ଟ ୨୬୨-୨୭୭ ଆସନ, ସମାଜବାଦୀ ପାର୍ଟି ମେଣ୍ଟ ୧୧୯-୧୩୪, କଂଗ୍ରେସ ୩-୮ ଓ ଅନ୍ୟାନ୍ୟ ଦଳ ୭ରୁ ୧୫ଟି ଆସନ ଜିତିବେ।

P-MARQ ଅନୁଯାୟୀ, ବିଜେପି ମେଣ୍ଟ ୨୪୦, ସମାଜବାଦୀ ପାର୍ଟି ମେଣ୍ଟ ୧୪୦, କଂଗ୍ରେସ ୪ ଓ ଅନ୍ୟାନ୍ୟ ଦଳ ୧୭ଟି ଆସନ ଜିତିବେ।

ପୋଲଷ୍ଟାରର ଏକ୍‌ଜିଟ୍ ପୋଲ୍‌ରୁ ବି ବିଜେପି ମେଣ୍ଟ ଅଧିକ ଆସନ ପାଇଛି। ବିଜେପି ମେଣ୍ଟକୁ ୨୧୧-୨୨୫ଟି ଆସନ ମିଳୁଥିବା ବେଳେ ସମାଜବାଦୀ ପାର୍ଟି ମେଣ୍ଟକୁ ୧୪୬ରୁ ୧୬୦, କଂଗ୍ରେସ ୪ରୁ ୬ ଓ ଅନ୍ୟାନ୍ୟ ଦଳ ୧୪-୨୪ଟି ଆସନ ପାଇବେ।

ଇଣ୍ଡିଆ ନ୍ୟୁଜ୍‌ ଅନୁଯାୟୀ, ବିଜେପି ମେଣ୍ଟ ୨୨୨-୨୬୦ ଆସନ, ଏସ୍‌ପି ମେଣ୍ଟ ୧୩୫ରୁ ୧୬୫, କଂଗ୍ରେସ ୧-୩, ବିଏସ୍‌ପି ୪-୯ ଆସନ ଜିତିବେ।

ଜନକୀ ବାତ କହିଛି ଯେ ବିଜେପି ୨୪୦, ସାମାଜବାଦୀ ପାର୍ଟି ୧୫୦, ବିଏସ୍‌ପି ୭ ଓ ଅନ୍ୟାନ୍ୟ ଦଳ ୭ଟି ଆସନ ଜିତିବେ।

ଟାଇମ୍ସ ନାଓ ଅନୁଯାୟୀ ବିଜେପି ୨୨୫, ସମାଜବାଦୀ ପାର୍ଟି ୧୫୧, କଂଗ୍ରେସ ୯ ଓ ବିଏସ୍‌ପି ୧୪ଟି ଆସନ ଜିତିବେ।

 

୨୦୧୭ରେ ବିଜେପି ମେଣ୍ଟ ୩୨୫ ଆସନ ଜିତିଥିବା ପରେ ଯୋଗୀ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଥିଲା। ବିଜେପି ଏକାକୀ ୩୧୨ ଆସନରେ ଜିତିଥିବା ବେଳେ ସହଯୋଗୁ ଆପନା ଦଳ(ଏସ୍‌) ୯ଟି ଓ ଏସ୍‌ବିଏସ୍‌ପି ୪ଟି ଆସନରେ ବାଜିମାତ କରିଥିଲେ। ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ୪୭, ବିଏସପି ୧୯ଟି ଓ କଂଗ୍ରେସ ୭ଟି ଆସନ ବି ଜିତିବାକୁ ସକ୍ଷମ ହୋଇ ଥିଲା।

 

 

Share this…
Share on Facebook

Facebook

Leave a Reply

Your email address will not be published.