ଡାକ୍ତରଙ୍କ ଅବହେଳା ଯୋଗୁଁ ଶିଶୁ ପୁତ୍ରର ମୃତ ଅଭିଯୋଗ

କଣ୍ଟାବାଞ୍ଜି ; ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ମଦର ଚାଇଲ୍ଡ ହସ୍ପିଟାଲରେ ଆଜି ଡାକ୍ତରଙ୍କ ଅବହେଳା ଯୋଗୁଁ ଜଣେ ନବଜାତ ଶିଶୁ ପୁତ୍ରର ମୃତ୍ଯୁ ଘଟିଥିବା ନେଇ ଥାନାରେ ଅଭିଯୋଗ ହୋଇଛି, ସୂଚନା ଯୋଗ୍ୟ ଯେ କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଧାମନଡ଼ଙ୍ଗା ଗାଁର ମଦନ ମାଝି ତାଙ୍କ ଗର୍ଭବତୀ ସ୍ତ୍ରୀ ପ୍ରଭାତୀ ମାଝିଙ୍କ ପ୍ରଥମ ପ୍ରସବ ବେଦନା ଯୋଗୁଁ କଣ୍ଟାବାଞ୍ଜି ମଦର୍ ଚାଇଲ୍ଡ କେୟାର ସେଣ୍ଟରରେ ଭର୍ତ୍ତୀ କରେଇଥିଲେ, ସକାଳ ପ୍ରାୟ ସାଢ଼େ ୮ ଟା ସମୟରେ ଗର୍ଭବତୀ ପ୍ରଭାତୀଙ୍କୁ ଭର୍ତ୍ତୀ କରାଯାଇଥିଲେ ହିଁ ଡାକ୍ତର କେମିତି ଅଛନ୍ତି କଣ ହେଉଛି କିଛି ବୁଝିବା ପାଇଁ ବି ଆସିଲେ ନାହିଁ, ଯାହା ଫଳରେ ଆଜି ନବଜାତ ଶିଶୁ ପୁତ୍ରର ମୃତ ଘଟିଛି, କାରଣ ପ୍ରଭାତୀ ମାଝିଙ୍କୁ ଡାକ୍ତର ଏସ୍.ପି.ଡି. ପଣ୍ଡା ଚିକିତ୍ସା କରୁଥିଲେ ତେଣୁକରି ହିଂସ୍ର ହୋଇ ତାଙ୍କ ନିଜସ୍ବ କ୍ଲିନିକକୁ ନ ଆସିଥିବା ଭାବନା ରଖି ଅବହେଳା କରିଥିବା ଅଭିଯୋଗ କରିଛନ୍ତି, ଏପରି ଅନେକ ଅଭିଯୋଗ ଡାକ୍ତର ଦିଲ୍ଲୀପ ସାହୁଙ୍କ ନାମରେ ହୋଇ ଆସୁଛି ଓ ଡାକ୍ତର ସାହୁଙ୍କ ବଦଳି ଅନ୍ୟସ୍ଥାନକୁ ବାରମ୍ବାର ହେଉଥିଲେ ସୁଦ୍ଧା ସେ କଣ୍ଟାବାଞ୍ଜି ଛାଡ଼ିବାକୁ ନାଁ ନେଉ ନାହାନ୍ତି, ବର୍ତ୍ତମାନ ଏହି ଘଟଣା ପରେ ଜନଅସନ୍ତୋଷ ଦେଖିବାକୁ ମିଳିଛି କୌଣସି ପରିସ୍ଥିତିରେ ବି କୌଣସି ଦୁର୍ଘଟଣା ଘଟିପାରେ ଡାକ୍ତର ଦିଲ୍ଲୀପ ସାହୁଙ୍କ ପ୍ରତି ଘଟିବାର ସମ୍ଭାବନା ରହିଛି, ଡାକ୍ତର ଦିଲ୍ଲୀପ ସାହୁ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ଯେ ତାଙ୍କର କୌଣସି ଦୋଷ ନାହିଁ, ସେ ଠିକ୍ ସମୟରେ ପହଞ୍ଚି ଚିକିତ୍ସା କରିଥିଲେ କିନ୍ତୁ ମା ଗର୍ଭରେ ହିଁ ଶିଶୁ ପୁତ୍ରର ମୃତ୍ଯୁ ଘଟିଥିବା ପ୍ରକାଶ କରିଛନ୍ତି, ଯଦି ମା ଗର୍ଭରେ ମୃତ୍ୟୁ ଘଟିଥିଲା ତେବେ ପୂର୍ବରୁ କାହିଁକି ପରିବାର ବର୍ଗକୁ ସୂଚୀତ କଲେ ନାହିଁ..? କାହିଁକି ତାଙ୍କୁ ବାରମ୍ବାର ଫୋନ କରି ଡ଼ାକିଲେ ବି ଆସୁ ନ ଥିଲେ..?

Share this…
Share on Facebook

Facebook