ଉପଖଣ୍ଡ ବନ ଅଧିକାରୀଙ୍କ ବ୍ରହ୍ମପୁର ଅଫିସ ସାମ୍ନାରେ ଶାନ୍ତି ପୂର୍ଣ୍ଣ ଧାରଣା

ଵ୍ରହ୍ମପୁର:ସ୍ନାତକ ଶିକ୍ଷାଗତ ଯୋଗ୍ୟତା ଥିବ ସବୁ କର୍ମଚାରୀଙ୍କୁ ୪୨୦୦ ଗ୍ରେଡ଼ ପେ ହାରରେ ଦରମା କରାଯାଉଥିବା ବେଳେ କେବଳ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କୁ ସ୍ନାତକ ସହ କମ୍ପୁଟର ଶିକ୍ଷା ଥାଇ ମଧ୍ୟ, ୨୦୧୭ ମସିହା ଠାରୁ ୧୯୦୦ ଗ୍ରେଡ଼ ପେ ହାରରେ ଦରମା ପ୍ରଦାନ କରାଜାଊଛି। ଗ୍ରେଡ଼ ପେ ବୃଦ୍ଧି ଦାବି ରେ ଜିଲ୍ଲା ସ୍ତରୀୟ ଅମଲା ମାନେ ଦୀର୍ଘ ଦୀନ ଧରି ସରକାର ଙ୍କୁ ଅବଗତ କରାଇ ଆସୁଛନ୍ତି। ସରକାରଙ୍କ ର ଏହି ପାତର ଅନ୍ତର ନୀତି ବିରୁଦ୍ଧରେ ଶାନ୍ତି ପୂର୍ଣ୍ଣ ଭାବରେ ୨୧.୦୫.୨୦୨୩ ଠାରୁ ବ୍ଲାକ ବେଜ୍ ଧାରଣା କରି ଆସୁଛନ୍ତି।
କିନ୍ତୁ ଉପଖଣ୍ଡ ବନ ଅଧିକାରୀ(ଡ଼ିଏଫଓ) ବ୍ରହ୍ମପୁର ଏହାକୁ ପ୍ରତିରୋଧ କରି ଅକ୍ ୱର୍ଣିଂ ଅର୍ଡର୍ ବାହାର କରିଥିଲେ , ଯେଉଁଥିରେ କର୍ମଚାରୀଙ୍କୁ ବ୍ଲାକ ବେଜ୍ ପରିଧାନ କରି ପାରିବେ ନାହିଁ ବୋଲି ଦର୍ଶାଇ ଥିଲେ। ଏହାର ପ୍ରତିବାଦ ରେ ୧୦୦ ଉର୍ଦ୍ଧ ଜିଲ୍ଲା ସ୍ତରୀୟ ଅମଲା ଉପଖଣ୍ଡ ବନ ଅଧିକାରୀ (ଡ଼ିଏଫଓ) ବ୍ରହ୍ମପୁର ଅଫିସ ସାମ୍ନା ରେ ଶାନ୍ତି ପୂର୍ଣ୍ଣ ଭାବରେ ଧାରଣା ଦେଇଥିଲେ। ଉପଖଣ୍ଡ ବନ ଅଧିକାରୀଙ୍କ ସହିତ ଆଲୋଚନା କରି ଏହାର ସମାଧାନ ବାହାର କରାଯାଇଥିଲା। ଫଳ ସ୍ୱରୂପ ଉପଖଣ୍ଡ ବନ ଅଧିକାରୀ ବ୍ରହ୍ମପୁର ସମସ୍ତ ଅମଲା ବ୍ଲାକ ବେଜ୍ ପରିଧାନ କରିଥିଲେ।

Share this…
Share on Facebook

Facebook