ଚାଷୀ ଙ୍କ କାମରେ ଲାଗୁନି ସରକାର ଙ୍କ ଧାନ ଖଳା ଯୋଜନା

ବର୍ଷ ସାରା ମୁଣ୍ଡର ଝାଳ ତୁଣ୍ଡରେ ମାରି ଦୁଃଖ କଷ୍ଟରେ ଚାଷ କରିଥିବା ଧାନ କୁ ଅମଳ କରିବାରେ ବ୍ୟସ୍ତ ଚାଷୀ l ଆଉ ଏହି କାର୍ଯ୍ୟରେ ଚାଷୀ ର ପୁରା ପରିବାର କରୁଛନ୍ତି ସହଯୋଗ l କିଏ ଧାନ ଗଦା କରୁଛି ତ କିଏ ବେଙ୍ଗଳା ପକାଉଛି ତ ଆଉ କିଏ ଅମଳ ଧାନକୁ ଏକାଠିକାରୀ ପଛୁଡୁଛି l ରାଜ ରାସ୍ତା ଉପରେ ଗାଡି ମୋଟର ଚଳାଚଳ ସତ୍ୱେ ନିଜ କାର୍ଯ୍ୟ ଜାରିରଖିଛନ୍ତି ଚାଷୀ l ଆଉ ରାସ୍ତା ପାଲଟିଛି ଚାଷୀ ଙ୍କ ଲାଗି ଧାନ ଖଳା l ଏହି ଭଳି ଦୃଶ୍ୟ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଧାନ ଅମଳ ସମୟରେ ଦେଖିବାକୁ ମିଳୁଥିବା ବେଳେ ଏହି ଦୃଶ୍ୟ ହେଉଛି ପୁରୁଷୋତ୍ତମପୁର ଓ କବିସୂର୍ଯ୍ୟନଗର ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳ ରାସ୍ତାର l କେବଳ ଧାନ ନୁହଁ ଅନ୍ୟାନ୍ୟ ଫସଲ ମଧ୍ୟ ରାଜ ରାସ୍ତାରେ ଚାଷୀ ଅମଳ କରୁଥିବା ବେଳେ ଏହାକୁ ଅନେକ ସମସ୍ୟା ଭଗୁଛନ୍ତି ବାଟୋଇ l ଖଳା ଓ ଉତ୍ପାଦିତ ଶସ୍ୟର ରକ୍ଷଣା ବେକ୍ଷଣା ଅଭାବ ଯୋଗୁଁ ରାଜରାସ୍ତା ରେ ଅମଳ କରୁଥିବା କହିଛନ୍ତି ଚାଷୀ l

ଉତ୍ପାଦିତ ଖାଦ୍ୟ ଶସ୍ୟ ଅମଳ ସମୟରେ ଚାଷୀ ଭିଗୁଥିବା ସମସ୍ୟାର ସମାଧାନ ଲାଗି ସରକାର କିଛିବର୍ଷ ପୂର୍ବେ ସରକାର ପୁରୁଷୋତ୍ତମପୁର ବ୍ଲକର 25 ପଞ୍ଚାୟତ ରୁ ମୋଟ 12 ଟି ପଞ୍ଚାୟତ ରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବ୍ୟୟରେ ଧାନ ଖଳା ନିର୍ମାଣ କରାଯାଇ ଥିବା ବେଳେ କାଁ ଭାଁ ଗୋଟିଏ ଦୁଇଟି ସ୍ଥାନ ଛାଡିଦେଲେ ଅନ୍ୟସବୁଠି ଖଳା ଗୁଡିକ ଉପଯୁକ୍ତ ସ୍ଥାନରେ ନିର୍ମାଣ କରାଯଇନଥିବା କାରଣରୁ ଏହା ଚାଷୀ ଙ୍କ କାମରେ ଲାଗୁନଥିବା ହୋଇଛି ଅଭିଯୋଗ l ଅନ୍ୟପଟେ ଯେହୁଁ ପଞ୍ଚାୟତ ରେ ଏହି ଯୋଜନା କାର୍ଯ୍ୟକାରୀ ହୋଇନାହିଁ ସେଠାରେ ଚାଷୀ ରାଜରାସ୍ତା ଉପରେ ଧାନ ଅମଳ କରୁଛନ୍ତି ଓ ବିଭିନ୍ନ ସମୟରେ ସଡ଼କ ଦୁର୍ଘଟଣା ର ବାହାକ ସାଜୁଥିବା ଅଞ୍ଚଳବାସୀ ଅଭିଯୋଗ କରିଥିବା ବେଳେ ଏହି ସମସ୍ୟା ର ସମାଧାନ ନେଇ ଯଥାଶୀଘ୍ର ପଦକ୍ଷେପ ନିଆଯିବା ନେଇ କହିଛନ୍ତି ପୁରୁଷୋତ୍ତମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ l

BYTE – 4 : ବିଜୟ କୁମାର ବେହେରା ( ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପୁରୁଷୋତ୍ତମପୁର )

ଚାଷୀ ଙ୍କ ସମସ୍ୟା ସମାଧାନ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେଇଥିବା ପ୍ରତିଶୃତି କେବେ କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା

Share this…
Share on Facebook

Facebook