ଗୋପାଳକୃଷ୍ଣ ଦାସ ଚାକିରିରୁ ବହିଷ୍କାର

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ନବ ଦାସଙ୍କୁ ହତ୍ୟା ଘଟଣାରେ ପୁଲିସ ଏଏସଆଇ ଗୋପାଳକୃଷ୍ଣ ଦାସଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ସମ୍ବିଧାନ ଧାରା ୩୧୧ ଆଧାରରେ ତାଙ୍କୁ ଝାରସୁଗୁଡା ଏସପି ବହିଷ୍କାର କରିଛନ୍ତି। ତେବେ ଗୋପାଳକୃଷ୍ଣ ଦାସଙ୍କୁ ଆଜି କ୍ରାଇମବ୍ରାଞ୍ଚ ଗିରଫ ମଧ୍ୟ କରିଥିଲା।

ସୂଚନାଯୋଗ୍ୟ ଯେ, ଗତକାଲି ନବ ଦାସ ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା। ଏହି କାର୍ଯ୍ୟକ୍ରମରେ ଗୋପାଳ ଦାସଙ୍କୁ ଟ୍ରାଫିକ କ୍ଲିଅରାନ୍ସ ଡିଉଟି ଦିଆଯାଇଥିଲା।ନବ ଦାସଙ୍କ ଗସ୍ତ ପାଇଁ ଅନ୍ୟ ପୁଲିସ ଅଧିକାରୀଙ୍କୁ ମଧ୍ୟ ଭିନ୍ନ ଭିନ୍ନ ଡିଉଟି ଦିଆଯାଇଥିଲା। ତେବେ ନବ ଦାସ ୧୨ଟା ୧୫ ମିନିଟ୍ ସମୟରେ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବା ପରେ ଗୋପାଳ ନିଜ ଡିଉଟି ଛାଡ଼ି ତାଙ୍କ ନିକଟକୁ ଯାଇ ନିଜ ସର୍ଭିସ ରିଭଲଭରରେ ମନ୍ତ୍ରୀଙ୍କୁ ଅତି ନିକଟରୁ ଚାରି ରାଉଣ୍ଡ ଗୁଳି ମାରିଥିଲେ। ସେ ମଧ୍ୟରୁ ଗୋଟିଏ ଗୁଳି ସିଧା ଯାଇ ମନ୍ତ୍ରୀଙ୍କ ଛାତିରେ ବାଜିଥିଲା। ମନ୍ତ୍ରୀଙ୍କୁ ପ୍ରଥମେ ଝାରସୁଗୁଡା ଓ ପରେ ବିମାନ ଯୋଗେ ଭୁବନେଶ୍ବରସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲେ ମଧ୍ୟ ସନ୍ଧ୍ୟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Share this…
Share on Facebook

Facebook