ସକାଳର ଖବର, ୨୬-ଜାନୁଆରୀ-୨୦୨୩,ଗୁରୁବାର

ସକାଳର ଖବର, ୨୬-ଜାନୁଆରୀ-୨୦୨୩,ଗୁରୁବାର
╰─────────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଆଜି ଦେଶ ପାଳୁଛି ୭୪ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଦିଲ୍ଲୀରେ ଆୟୋଜିତ ଭବ୍ୟ ଉତ୍ସବରେ ସାମିଲ ହେବେ ଓଡ଼ିଆ କଳାକାର । ଓଡ଼ିଆଙ୍କ କରିସ୍ମା ଦେଖିବ ଦିଲ୍ଲୀର କର୍ତ୍ତବ୍ୟ ପଥ l

➡️୨-ଆଜି ଶ୍ରୀ ବସନ୍ତ ପଞ୍ଚମୀ, ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା ସରସ୍ବତୀଙ୍କ ଆରଧନାର ଦିନ । ଶାସ୍ତ୍ର ଅନୁସାରେ, ଏହି ଦିନ ମା’ ସରସ୍ୱତୀଙ୍କୁ ପୂଜା କଲେ ବାଗ୍‌ବାଦୀନି ପ୍ରସନ୍ନ ହୋଇଥାନ୍ତି ।

➡️୩-ଆଜି ଶ୍ରୀପଞ୍ଚମୀରେ ଅନୁକୂଳ ହେବ ରଥଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ । ତିନି ରଥ ପାଇଁ ତିନୋଟି କାଠକୁ ପୂଜାର୍ଚ୍ଚନା ପରେ ଅଲଗା କରାଯିବ ରଥକାଠ l

➡️୪-ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଦେଶର ଏକତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ସହିଦ୍‌ ମାନଙ୍କୁ ଜଣାଇଲେ ଗଭୀର ଶ୍ରଦ୍ଧାଞ୍ଜଳି l

➡️୫-ଆଜି ସମାଜର ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ୨୬ ଜଣକୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ। ଚଳିତ ଥର ୧୦୬ ଜଣକ ନାମ ଘୋଷଣା କରାଯାଇଛି। ଯେଉଁଥିରେ ୯୧ ଜଣକୁ ପଦ୍ମଶ୍ରୀ, ୬ ଜଣକ ପଦ୍ମ ବିଭୂଷଣ ଏବଂ ୯ ଜଣକୁ ପଦ୍ମଭୂଷଣ ଘୋଷଣା କରାଯାଇଛି।

➡️୬-ବିମାନ ଯାତ୍ରାରେ ଡାଉନ୍‌ଗ୍ରେଡିଂର ଶିକାର ହେଉଥିବା ଯାତ୍ରୀଙ୍କ ପାଇଁ ଆସ୍ୱସ୍ତିର ଖବର। ଏଣିକି ଉଚ୍ଚଶ୍ରେଣୀର ଟିକେଟ୍ କାଟି ତଳ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ମିଳିବ କ୍ଷତିପୂରଣ: ନୂଆ ନିୟମ ଆଣିଲା ଡିଜିସିଏ l

➡️୭-ଆଜି ବାରବାଟୀ ଷ୍ଟାଡିୟମ ରେ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଜ୍ୟ ଅର୍ଥ ମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ l

➡️୮-ବିଭିନ୍ନ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ଓ ପ୍ରଶଂସନୀୟ ସେବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାରୁ ଚଳିତ ବର୍ଷ ୧୩ ଜଣଙ୍କୁ ମିଳିବ ପୁଲିସ ପଦକ l

➡️୯-ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ହୋଇଥିବା ବ୍ୟାପକ ଅନିୟମିତତା ଓ ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍ ଦାବୀରେ ରାଜ୍ୟର ସମସ୍ତ ବ୍ଲକ ରେ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ସ୍ମାରକ ପତ୍ର l

➡️୧୦-ଆଜି ସାଧାରଣତନ୍ତ୍ର ଦିବସ ଅବସରରେ ସୁପ୍ରିମକୋର୍ଟ ୧ହଜାରରୁ ଅଧିକ ରାୟ କରିବେ ଜାରି । କୋର୍ଟଙ୍କ ଏହି ସବୁ ରାୟ ବିଭିନ୍ନ ଭାଷାରେ ହୋଇଛି ଅନୁବାଦିତ l

➡️୧୧-ଆଜି ଅର୍ଥମନ୍ତ୍ରାଳୟରେ ଅନୁଷ୍ଠିତ ହେବ ‘ହାଲୱା ସେରିମନି’ l ପରମ୍ପରା ଅନୁସାରେ କେନ୍ଦ୍ର ବଜେଟ୍ ପୂର୍ବରୁ ଅର୍ଥମନ୍ତ୍ରାଳୟରେ ‘ହାଲୱା ସେରିମନି’ ଅନୁଷ୍ଠିତ ହୋଇଥାଏ।

➡️୧୨-ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC)ର ପରିଚାଳନାକୁ ଘରୋଇ ସଂସ୍ଥା ହାତକୁ ଟେକି ଦେବାକୁ ରାଜ୍ୟ ସରକାର ନେଲେ ନିଷ୍ପତ୍ତି l ସୂଚନା ଅନୁସାରେ, ଓଏସଆରଟିସି ଅଧୀନରେ ଏବେ ମୋଟ ୬୩୬ଟି ବସ୍ ଥିବାବେଳେ ସେଥିରୁ ୪୭୮ଟି ବସ୍ ୩୧୭ଟି ମାର୍ଗରେ ଚଳାଚଳ କରୁଛି ।

➡️୧୩-୪ବର୍ଷ ପରେ ବଡ ପରଦାକୁ ଫେରିଲେ ଶାହାରୁଖ ଖାନ୍, ବିବାଦ ଓ ବିରୋଧ ଭିତରେ ରିଲିଜ ହେଲା ଫିଲ୍ମ ‘ପଠାନ’ l ପ୍ରଥମ ଦିନ ଦର୍ଶକଙ୍କ ପ୍ରତିକ୍ରିୟା ଦେଖି ଏହି ଚଳଚ୍ଚିତ୍ରର ୩୦୦ରୁ ଅଧିକ ସୋ’ ସମଗ୍ର ଭାରତରେ ହେଲା ବୃଦ୍ଧି l ସେହିପରି ସମଗ୍ର ବିଶ୍ୱରେ ୮୦୦୦ସ୍କ୍ରିନରେ ଚାଲିବ ଫିଲ୍ମ ‘ପଠାନ’।

➡️୧୪-ବହୁ ପ୍ରତୀକ୍ଷିତ ବଲିଉଡର ମେଗା ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ଟିଜର ହେଲା ରିଲିଜ୍‌ l ଏହି ଫିଲ୍ମଟି ଏପ୍ରିଲ ୧, ୨୦୨୩ ଅର୍ଥାତ୍‌ ଇଦ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

➡️୧୫-ପୁଣି ଅଶାନ୍ତ ହେଲା ଜେଏନୟୁ କ୍ୟାମ୍ପସ, ବିଶ୍ୱବିଦ୍ୟାଳୟ ପରିସରରେ ହେଲା ପଥରମାଡ଼ l ଏବେ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି ଜେଏନୟୁ ।

➡️୧୬-ହାଇଟେକ୍ ହେବ ଇଣ୍ଡିଆନ ଆର୍ମିର ଯୁଦ୍ଧ ଲଢିବାର କ୍ଷମତା । ଏଣିକି ଶୂନ୍ୟରେ ଉଡିବେ ସେନା । ଦୁର୍ଗମ ଅଂଚଳରେ ଜେଟ୍ ପ୍ୟାକ ସୁଟ୍ ପିନ୍ଧି ଶତ୍ରୁଙ୍କୁ ଦମନ କରିବେ ଭାରତୀୟ ଯବାନ । ଏହି କିଟ୍ ଏବେ ଅର୍ଡର କରିଛି ଭାରତୀୟ ସେନା ।

➡️୧୭-ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ବିମାନବନ୍ଦର ପରିସରରେ ଏକ ମନ୍ଦିର ନିର୍ମାଣ ପାଇଁ ହେଲା ଦାବି l ପୂର୍ବରୁ ବିମାନବନ୍ଦରରେ ନମାଜ ପଢିବା ପାଇଁ ସ୍ଥାନ ଥିବା ବେଳେ ପ୍ରାର୍ଥନା କକ୍ଷପାଇଁ ମନ୍ଦିର ଖୋଲିବାକୁ ମୁଖ୍ୟନ୍ତ୍ରୀଙ୍କୁ ଲେଖିଲେ ଚିଠି l

➡️୧୮-ବିହାରର ରାଜଧାନୀ ପାଟଣାର କୁମହରାର୍ ଠାରେ ତିଆରି ହେଉଛି ଦେଶର ସବୁଠାରୁ ବଡ଼ ପରୀକ୍ଷା ହଲ l ଏହି ହଲରେ ୨୦ ହଜାର ଅନ ଲାଇନ ଏବଂ ୫ହଜାର ଆଫ ଲାଇନ ପରୀକ୍ଷାର୍ଥୀ ଏକ ସାଙ୍ଗରେ ପରୀକ୍ଷା ଦେଇପାରିବେ ।

➡️୧୯-ଏଣିକି ୧୪ ବର୍ଷରୁ କମ୍ ଝିଅଙ୍କୁ ବିବାହ କରୁଥିବା ପୁରୁଷମାନଙ୍କ ବିରୋଧରେ ପକ୍ସୋ ଆକ୍ଟ ଅଧିନରେ ରୁଜୁ ହେବ ମାମଲା । ଲାଗିବ ଶିଶୁ ଯୌନ ଶୋଷଣର ଅଭିଯୋଗ l ଏନେଇ ଘୋଷଣା କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।

➡️୨୦-ନବ ବିବାହିତା କେ.ଏଲ୍‌.ଙ୍କୁ ମିଳିଲା ବହୁତ ମହଙ୍ଗା ଉପହାର l ବିରାଟ କୋହଲି ୨.୧୭ କୋଟି ଟଙ୍କାର ବିଏମ୍‌ଡବ୍ଲୁ ଦେଇଥିବା ବେଳେ ଧୋନୀ ଦେଲେ ୮୦ ଲକ୍ଷ ଟଙ୍କାର ବାଇକ୍‌ l

➡️୨୧-ଆପ୍‌ ଆଧାରିତ ସ୍ପେନୀୟ ଫୁଡ ଡେଲିଭରୀ ଷ୍ଟାର୍ଟଅପ୍ ‘ଗ୍ଲୋଭୋ’ ବିରୋଧରେ ଶ୍ରମ ଆଇନ ଉଲ୍ଲଂଘନ ଲାଗି ୫୭ ମିଲିୟନ ୟୁରୋ ଅର୍ଥାତ ୫,୦୭,୧୨,୯୬୩୬୧.୭୭ ଟଙ୍କା ହେଲା ଜରିମନା l

➡️୨୨-ନମ୍ବର -୧ ବ୍ୟାଟ୍ସମ୍ୟାନ୍ ପରେ ‌ଏବେ ଟି-୨୦ କ୍ରିକେଟର ଅଫ ଦି ଇୟର ହେଲେ ସୁର୍ଯ୍ୟକୁମାର ଯାଦବ l ସେହିପରି ଅଷ୍ଟ୍ରେଲିଆର ତାହଲିଆ ମ୍ୟାକ୍‌ଗ୍ରାଥ୍‌ଙ୍କୁ ମିଳିଲା ୨୦୨୨ର ଶ୍ରେଷ୍ଠ ମହିଳା କ୍ରିକେଟର ପୁରସ୍କାର l

➡️୨୩-ପୁରୁଷ ହକି ବିଶ୍ଵକପ୍ : କ୍ବାର୍ଟର ଫାଇନାଲ୍‌ରେ ଇଂଲଣ୍ଡକୁ ହରାଇଲା ଜର୍ମାନି, ସେମି ଫାଇନାଲ୍‌ରେ ଅଷ୍ଟ୍ରେଲିଆ ସହ କରିବ ମୁକାବିଲା l ସେହିପରି ଅନ୍ୟ ଏକ ମ୍ୟାଚ ରେ ଦକ୍ଷିଣ କୋରିଆକୁ ୫-୧ ଗୋଲ୍‌ରେ ହରାଇଲା ନେଦରଲାଣ୍ଡ୍‌ସ, ସେମି ଫାଇନାଲ୍‌ରେ ବେଲଜିୟମ୍‌କୁ ଭେଟିବ l

➡️୨୪-ଆଇସିସି ଉଦୀୟମାନ ମହିଳା କ୍ରିକେଟର ଅଫ୍ ଦି ଇୟର ହେଲେ ରେଣୁକା ସିଂ l

Share this…
Share on Facebook

Facebook