କୁଡ଼ିଆ ଘର ନୁହେଁ ବିଦ୍ୟାର ମହଲ

ସିମୁଳିଆ; ଚାଳ କୁଡ଼ିଆ ଘର, ବିନା ଖାଦ୍ୟରେ କେତେ ଯେ ଉପାସ । ମାତ୍ର ଇଶ୍ୱରଙ୍କ ଏ ବିଚିତ୍ର ଦୃଶ୍ୟ । ଏ କୁଡ଼ିଆ ଘର ନୁହେଁ ଏ ବିଦ୍ୟାର ମହଲ । ଏଠି ଗଣେଶ କି ସରସ୍ୱତୀ ଫଟୋ ଟି ରଖିବାକୁ ଯାଗା ନାହିଁ । ମାତ୍ର ଏଇ କଣ୍ଠରେ ସରସ୍ୱତୀ ମଥାରେ ଗଣେଷ ବିଦ୍ୟାମାନ । ବିନା ଖାଦ୍ୟରେ ଘାଟି ହେଉଛି ଜୀବନ କିନ୍ତୁ ପ୍ରତିଭାକୁ କେବେ ରୋକି ପାରିନି । ଯେଉଁ ଖବରର ସିରୋନାମା ସେଇ ଦୃଶ୍ୟ ଉପରେ ନଜର ପକାନ୍ତୁ… ଏ ଦୃଶ୍ୟ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ୍ ଆନନ୍ଦପୁର ଗାଁର । ଏ ଦୃଶ୍ୟ ଯେତିକି ପ୍ରେରଣାଦାୟକ ତାଠାରୁ ଗରୀବ ମଧ୍ୟବିତ୍ତ ପିଲାଙ୍କ ପାଇଁ ଶିକ୍ଷଣୀୟ । ଏଇ ଝାଟି ମାଟି ଘରେ 4 ଭାଇ ଭଉଣୀ । ବାପା ସ୍ୱର୍ଗତ ରତ୍ନାକର ଦାସ, ଅକାଳ ମୃତ୍ୟୁ ପରେ ମା’ ହୋଇଗଲେ ପାଗେଳୀ । ସେଦିନ ବିନା ଖାଦ୍ୟରେ ଆଉ ପରହାତ ଟେକାରେ ଏଇ କୁନି ପିଲା ବଂଚିବା ଯେତିକି କଷ୍ଟସାଧି ଥିଲା ତାଠାରୁ ଏଇ ଚରିତ୍ର ଙ୍କୁ ଯିଏ ଦେଖୁଥିଲା ଆହା ପଦେ କହୁଥିଲା । ଖବର ଭିତରକୁ ଯିବା ତା ପୂର୍ବରୁ ଶୁଣିନେବା ପାଠୋଇ ଝିଅ ଜ୍ୟୋତି କଣ କହୁଛନ୍ତି ।

ଏଇ ବିବ୍ୟା ମନ୍ଦିରରେ ବଡ଼ ପୁଅ ସଙ୍କଜ ମାଟ୍ରିକରେ ବିନା ଟ୍ୟୁସନରେ ୯୬ ଶତକଡ଼ା ନମ୍ବର ରଖି ପାଠରେ ଡ଼ୋରି ବନ୍ଧା ହୋଇଥିଲା । କଳଁଳ ବୟରେ ମଣ୍ଡରେ ଲଦିଥିଲା ପରିବାରର ବୋଝ । ଦାଦନ ସାଜିଛନ୍ତି ବିଦେଶରେ । ମଝିଆ ଭାଇ ଅନୁଜ ମାଟ୍ରିକରେ ୮୫ ପ୍ରତିଶତ ମାର୍କ ରଖି ଅଭାବରୁ ପାଠରେ ଡ଼ୋରୀ ବନ୍ଧା ହୋଇଛି । ସାନ ଭାଇ ମନେଜ ଅଷ୍ଟମରେ ବି ମେଧାବୀ । ମାତ୍ର ଝିଅ ଜ୍ୟୋତି କିନ୍ତୁ ତୁଳସୀ । ମାଟ୍ରିକରେ ୯୪ ପ୍ରତିଶତ ମାର୍କ ରଖି ପାଠ ବଢୁଛି ଆଇ.ଏ .ଏସ ଲକ୍ଷ୍ୟର । ଖାଲି ପାଠରେ ନୁହେଁ କଳା ପ୍ରତିଭାରେ ଧୁରନ୍ଧର ଜ୍ୟୋତି । ନିଜ କାନଭାସରେ ଆଙ୍କି ପାରନ୍ତି ସବୁ କିଛି ସିକୃତି ପ୍ରାପ୍ତ କଳାକାର ପରି । ନିକଟରେ ରାଜଧାନୀରେ ରାଜ୍ୟ ସ୍ତରୀୟ ଶିଶୁ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଚିତ୍ର ଅଙ୍କି ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରଶଂସା ପାଇଛନ୍ତି ।

Share this…
Share on Facebook

Facebook