ଯୋଗ୍ୟ ହିତାଧିକାରୀ ମାନଙ୍କୁ ସଠିକ ଘର ଟିଏ ପାଇଁ ବ୍ଲକ ଆଗରେ ବିଜେପି ର ଧାରଣା।

କିଛିଦିନ ତଳେ ହିତାଧିକାରୀ ମାନେ ଏହାକୁ ନେଇ ବିଡ଼ିଓ ଙ୍କୁ ଅଟକ ରଖିଥିଲେ ।ଘଟଣା କୁ ଖବରପାଇ ସୋର ପୋଲିସ ପହଞ୍ଚି ବୁଝାସୁଝା କରିଥିଲେ ସେଥିରେ କୌଣସି ସୁଫଳ ନ ମିଳିବାରୁ ଆଜି ବିଜେପି ପକ୍ଷରୁ ଧାରଣା ଦେଇଥିଲେ ।ଯୋଗ୍ୟ ହିତାଧିକାରୀ ମାନଙ୍କୁ ଘର ଯୋଗାଇ ଦେବାପାଇଁ ବାହାନଗା ବ୍ଲକ ଆଗରେ ବିଜେପି ର ଧାରଣା। ବାଲେଶ୍ବରଜିଲ୍ଲା ସୋର ବାହାନଗା ବ୍ଲକ ରେ ଗରିବ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଘର ବଣ୍ଟନ ରେ ଅନିୟମିତତା କୁ ନେଇ ହଜାର ସଂଖ୍ୟକ ଗରିବ ଘର ପାଇବା ରୁ ବଞ୍ଚିତ ହେଇଛନ୍ତି, ଯେଉଁଥି ପାଇଁ ଭାରତୀୟ ଜନତା ପାଟି ତରଫରୁ ଧାରଣା ଦେଇ ପ୍ରତିବାଦ ଓ ବିକ୍ଷୋଭ କରିଛନ୍ତି, କେନ୍ଦ୍ର ସରକାର ଗରିବ ଙ୍କ ପାଇଁ ଘର ଦେଇଥିଲେ ମଧ୍ୟ ରାଜ୍ୟ ସରକାର ଙ୍କ ତାଲାତୁଳ ନୀତି ପାଇ ସୋର ବ୍ଲକ ରେ ମାତ୍ର 1159 ଘର ପାଇଛନ୍ତି, ଯେଉଁଥି ପାଇଁ ହିତାଧିକାରୀଙ୍କ ସହ ବିଜେପି ନେତା କର୍ମୀ ଧାରଣା ରେ ବସି ପ୍ରତିବାଦ କରୁଥିବା ସମୟରେ ମହିଳା ଓ ପୁରୁଷ ହିତାଧିକାରୀ ଆସି ଧାରଣା ରେ ବସିଛନ୍ତି। ଏହି ଆନ୍ଦୋଳନ ଆଗକୁ ଜାରି ରହିବ ବୋଲି ବିଜେପି ନେତା ରାକେଶ ମଲ୍ଲିକ କହିଛନ୍ତି।

Share this…
Share on Facebook

Facebook