ଚାରି ବର୍ଷର ପିଲାଙ୍କୁ ପିଟିପିଟି ହତ୍ୟା

ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଧିନ ମୁଣ୍ଡମରାଇ ଗ୍ରାମରେ ଘଟିଛି ହୃଦୟ ବିଦାରକ ଘଟଣା। ଗୋଟିଏ 4 ବର୍ଷର ନାବାଳକ କୁ ପିଟିପିଟି ହତ୍ୟା କରାଯାଇଥିବା ହୋଇଛି ଅଭିଯୋଗ। ମୃତ ନାବାଳକ ଜଣକ ହେଲେ ମୁଣ୍ଡମରାଇ ଗ୍ରାମର ଗୋବିନ୍ଦ ପାତ୍ର ଙ୍କ ପୁଅ ନିତେଶ ପାତ୍ର। ପୋଲିସ ଶବକୁ ଜବତ କରି ତଦନ୍ତ ଜାରି ରଖିଛି । ସୂଚନା ମୁତାବକ ନିତେଶ ଆଜି ସଂଧ୍ୟା ସମୟ ରେ ବାହାରକୁ ଖେଳିବାକୁ ଯାଇ ଆଉ ଫେରି ନାଥଲା l ପରିବାର ଲୋକେ ତାଙ୍କୁ ଖୋଜା ଖୋଜି କରିବା ସମୟରେ କ୍ରୀତନ ସେଠୀଙ୍କ ସାନ ପୁଅ ଶ୍ରୀକାନ୍ତ ସେଠି ଧରିଥିବା ସୂଚନା ପାଇଥିଲେ l ଏବଂ ଶ୍ରୀକାନ୍ତ ଙ୍କ ଘରେ ନିତେଶଙ୍କ ଜୋତା ପଡ଼ିଥିବା ଦେଖିବାକୁ ପାଇଥିଲେ l କିଛି ସମୟ ପରେ ନିତେଶ ଙ୍କ ରକ୍ତ ଜୁଡୁବୁଡୁ ଶବ ପାଇଥିଲେ ପରିବାର ଲୋକେ । ଏହି ଘଟଣା କୁ କେନ୍ଦ୍ର କରି ନୀତେଶ ଙ୍କ ବାପା ଧରାକୋଟ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ନାବାଳକ ନିତେଶ ର ମୃତ ଦେହ ଜବତ କରି ତଦନ୍ତ ଚଳାଇଛି l ଅନ୍ୟପଟେ କିପରି ନୀତେଶ ଙ୍କ ମୃତ୍ୟୁ ହେଲା ତାହା ଅସ୍ପଷ୍ଟ ରହିଥିବା ବେଳେ ତାଙ୍କୁ ହତ୍ୟା କରାଯଇଥିବା ଅଭିଯୋଗ କରିଛନ୍ତି ମୃତକ ଙ୍କ ବାପା l

Share this…
Share on Facebook

Facebook