ସାମ୍ବାଦିକ ଓ ଯୁବ ବିଜେଡି ନେତା ରାକେଶଙ୍କୁ ମରଣାତ୍ମକ ଆକ୍ରମଣ

ପିପିଲି- ପିପିଲି ଅଂଚଳର ଜଣେ ପୁର୍ବତନ ସାମ୍ବାଦିକ ତଥା ଯୁବ ବିଜେଡି ନେତା ରାକେଶ ରୋଶନ ମହାନ୍ତିଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି । ଆଜି ସକାଳେ ନିକଟସ୍ଥ ବଳଙ୍ଗା ବଜାରରୁ ପରିବା କିଣି ଘରକୁ ଫେରୁଥିବା ବେଳେ ବାଟରେ ତାଙ୍କୁ ଆତର୍କିତ ଆକ୍ରମଣ ହୋଇଥିବା ରାକେଶ କହିଥିବା ବେଳେ ଆକ୍ରମଣରେ ତାଙ୍କ ଡାହାଣ ଗୋଡ ଓ ଅଣ୍ଟା ଅକମଣ୍ୟ ହୋଇଥିବା ସେ କହିଛନ୍ତି । ପୁର୍ବ ଶତୃତା ଓ ବିଜେଡି ଦଳକୁ ସମର୍ଥନ କରି ଅଂଚଳରେ ବିକାଶ ହେଉଥିବାରୁ ବିରୋଧି ମାନେ ସହି ନପାରି ତାଙ୍କୁ ପୁନର୍ବାର ମରଣାତ୍ମକ ଆକ୍ରମଣ କରାଯାଇଛି ବୋଲି ସେ ଅଭିଯୋଗରେ କହିଛନ୍ତି । ଗତ ୬ମାସ ପୁର୍ବେ ବଳଙ୍ଗା ଥାନା ନିକଟରେ ଏହଭଳି ରାଜନୈତିକ କାରଣରୁ କେତେକ ବିରୋଧି ଗୋଷ୍ଠୀ ସଙ୍ଗବଧ ହୋଇ ତାଙ୍କୁ ମରଣାତ୍ମକ ଆକ୍ରମଣ କରି ଲହୁ ଲୁହାଣ କରିଥିବା ବେଳେ ଆଜି ପୁନର୍ବାର ଏଭଳି ହିଂସା ଘଟି ବଳଙ୍ଗା ଅଂଚଳରେ ତାଙ୍କୁ ଆକ୍ରମଣ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ଆକ୍ରମଣରେ ଗୁରୁତର ହୋଇ ଭୁବନେଶ୍ୱର ହସପିଟାଲ ରେ ଚିକିତ୍ସା ହେଉଥିବା ବେଳେ ଖବର ପାଇ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ, ୨୪ଜୋନ ଜିଲ୍ଲାପରିଷଦ ଧରଣୀଧର ସାହୁ, ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଦେବାଶିଷ ନନ୍ଦ ଙ୍କ ସହ ବହୁ ବିଜେଡି ନେତା ଓ କର୍ମୀମାନେ ହସପିଟାଲରେ ପହଂଚି ଗୁରୁତର ରାକେଶ ର ଚିକିତ୍ସା ସଂପର୍କରେ ଡାକ୍ତରଙ୍କ ଠାରୁ ପଚାରି ବୁଝିଥିଲେ । ଏବଂ ଏଭଳି ଘଟଣାକୁ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଘୋର ନିନ୍ଦା କରିବା ସହ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପିପିଲି ଏସଡିପିଓ ଦେବଦତ୍ତ ବରାଳଙ୍କ ସହ ଆଲୋଚନା କରିଥିବା ସେ କହିଥିଲେ । ସୁଚନା ଅନୁଯାଇ ପିପିଲି ବ୍ଲକ ରୁପୁଦେଇପୁର ପଂଚାୟତ ଅଲାରପୁର ଗ୍ରାମର ପୁର୍ବତନ ସାମ୍ବାଦିକ ତଥା ଯୁବ ବିଜେଡି ନେତା ରାକେଶ ରୋଶନ ମହାନ୍ତି ଆଜି ସକାଳେ ନିକଟସ୍ଥ ବଳଙ୍ଗା ବଜାରକୁ ପରିବା କିଣିବା ପାଇଁ ଯାଇଥିଲେ । ପରିବା କିଣି ନିଜ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଗାଁ ମୁଣ୍ଡ ବାଟରେ ପୁର୍ବରୁ ଜଗିଥିବା ଜନୈକ ବ୍ୟକ୍ତି ହଠାତ୍ ରାକେଶ ଉପରେ ଏକ କାଠ ବଲାରେ ଆକ୍ରମଣ କରିଥିଲା । ଗାଡିରୁ ତଳେ ପଡିଯିବା ପରେ ମଧ୍ୟତାଙ୍କୁ ଲଗାତାର ଆକ୍ରମଣ ହୋଇଥିବା ସେ କହିଥିଲେ । ତେବେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ନିକଟସ୍ଥ ମେଡିକାଲ କୁ ନେବା ପରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।

Share this…
Share on Facebook

Facebook