୧୮ ବର୍ଷ ପୂର୍ବରୁ ବିବାହ ମହଙ୍ଗା ପଡ଼ିଲା

ମୁଣ୍ଡରେ ବାହା ମୁକୁଟ, ମଥାରେ ତିଳକ ଚିତା, ସଜାଇ ହୋଇଛି ବର ବେସ , ଅତର ବାସ୍ନାରେ ମହକୁ ଥିଲା ମଣ୍ଡପ । କନ୍ୟା ବି ବାଟରାଣୀ ବଶେରେ ଓଢଣା ଦେଇ ଲାଜ କରୁଥିଲା । ମଣ୍ଡପ ପ୍ରସ୍ତୁତି ଥିଲା । ବ୍ରାହ୍ମଣର ପଣ୍ଡିତ ବି ମନ୍ତ୍ର ପାଠ ପାଇଁ ପ୍ରସ୍ତତି ଥିଲେ । ବନ୍ଧୁ ପରିଜନ ଆତ୍ମୀୟ ଶୋଜନ ସମସ୍ତେ ଅତିଥି ହୋଇ ଆସିଥିଲେ । ମାତ୍ର କିଛି କ୍ଷଣ ମଧ୍ୟରେ ବରର୍ବଦ ହୋଇଗଲା । ବରକୁ ହୋଇନି ୧୮ । ଏ ଖବର ପ୍ରଘଟ ପରେ ସବୁ ଛତ୍ରଭଙ୍ଗ ଦେଇଥିଲେ । ଟିକେ ଛତ୍ରଭଙ୍ଗର ଦୃଶ୍ୟକୁ ଦେଖନ୍ତୁ । ଏ ବିବାହ ପ୍ରସ୍ତୁତିର ଦୃଶ୍ୟ ନିଶ୍ଚିତକୋଇଲି ଥାନା ରଘୁନାଥ ଜୀଉ ମନ୍ଦିରରୁ ଆସିଛି । ଏ ନାବାଳକା କନ୍ୟା ହେଉଛନ୍ତି କେନ୍ଦ୍ରାପଡ଼ା ଡ଼େରାବିଶ ଅଂଚଳର ହୋଇ ଥିବା ବେଳେ ରସିକିଆ ବର ଘର କଟିକଟା ନୂଆ ଗାଁର । ଏ ବିବାହ ବିନା ଡ଼କୁମେଣ୍ଟରେ ମନ୍ଦିର ଟ୍ରଷ୍ଟିରେ ବୁକିଙ୍ଗ କରିଥିଲେ । ବିବାହ କାର୍ଯ୍ୟକ୍ରମ କିଛି ମାତ୍ରରେ ଆଗେଇ ଯାଇଥିବା ବେଳେ ମନ୍ଦିର କର୍ତ୍ତୃପକ୍ଷ ବିବାହ ପାଇଁ ଅଧାର କାର୍ଡ଼ ମାଗିଥିଲେ । ମାତ୍ର ଯାଂଚ ବେଳେ ଜଣା ପଡ଼ିଲା ପୁଅକୁ ହୋଇ ନି ୧୮ ବର୍ଷ । ଏ ଖବର ସଙ୍ଗେ ସଙ୍ଗେ ମିଡ଼ିଆ ଠାରୁ ଶିଶୁ ମଙ୍ଗଳ ଅଧିକାରୀଙ୍କ ନିକଟରେ ପହଂଚିଥିଲା । ଶିଶୁ ମଙ୍ଗଳ ଅଧିକାରୀ ମାନେ ପହଂଚିଲା ବେଳକୁ ବର ବାଇକ୍ ପଛରେ ଫେରାର ହୋଇଥିବା ବେଳେ କନ୍ୟା ମନ୍ଦିର ପଛପଟେ ଫେରାର ହୋଇଛନ୍ତି । ତେବେ ମନ୍ଦିର କର୍ତ୍ତୃପକ୍ଷ ବିନା ଡ଼କୁମେଂଟରେ କିପରି ବିବାହ ପାଇଁ ଅନୁମତି ଦେଇଥିଲେ । ଯାହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ତିବ୍ର ସମାଲୋଚନା କରିଛନ୍ତି ।

Share this…
Share on Facebook

Facebook