ଆଜି ଅର୍ଚ୍ଚନାକୁ ଘାଣ୍ଟିବ ଇଡ଼ି

ଅର୍ଚ୍ଚନା ନାଗଙ୍କୁ ଆଜିଠାରୁ ରିମାଣ୍ଡରେ ନେଇ ପଚରାଉଚରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ଅର୍ଚ୍ଚନାଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ କୋର୍ଟ। ରିମାଣ୍ଡରେ ନେଇ ୧୩ ତାରିଖରେ ହାଜର କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

ଅର୍ଚ୍ଚନାଠାରୁ ହନିଟ୍ରାପ ତଥା ବ୍ଲାକମେଲ୍‌ର କଳା କାହାଣୀ ଉଗାରିବାକୁ ୧୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଇଡି। ହେଲେ କେବଳ ୭ ଦିନ ପାଇଁ ଅନୁମତି ମିଳିଛି । ଗତକାଲି କୋର୍ଟରେ ହାଜର ବେଳେ ପୁଲିସ ବିରୋଧରେ ଗର୍ଜିଥିବା ଅର୍ଚ୍ଚନା ସବୁ ଗୁମର ଖୋଲିପାରେ ବୋଲି ଚର୍ଚ୍ଚା ହେଉଛି ।

ଝାରପଡ଼ା ଜେଲ୍‌ରୁ ହାଜର ପାଇଁ ଗତକାଲି ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ କୋର୍ଟକୁ ଅର୍ଚ୍ଚନାକୁ ଅଣାଯାଇଥିଲା । ଇଡ଼ିର ପ୍ରଡ଼କ୍ସନ ପିଟିସନ୍ ଫାଇଲ୍ ଆଧାରରେ କୋର୍ଟରେ ଅର୍ଚ୍ଚନାକୁ ହାଜର କରାଯାଇଥିଲା । କୋର୍ଟ ବାହାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ଗର୍ଜିଥିବା ଅର୍ଚ୍ଚନା କିନ୍ତୁ କୋର୍ଟ ଭିତରେ କାନ୍ଦିଥିବା ସୂଚନା ମିଳିଥିଲା। ସେପଟେ ଇଡ଼ି ଫାଇଲ୍‌ରେ ଥିବା ଅନ୍ୟତମ ଅଭିଯୁକ୍ତ ଥିବା ଅର୍ଚ୍ଚନାର ସ୍ୱାମୀ ଜଗବନ୍ଧୁ ଆସନ୍ତାକାଲି କୋର୍ଟରେ ହାଜର ହେବ । ତାକୁ ବି ରିମାଣ୍ଡରେ ନେଇପାରେ ଇଡ଼ି । କୋର୍ଟଙ୍କ ଅନୁମତି ମିଳିଲେ ଚାନ୍ଦ ଦଂପତିକୁ ଇଡ଼ି ସାମ୍ନାସାମ୍ନି ଜେରା କରିପାରେ ବୋଲି ସୂଚନା ମିଳିଛି ।

Share this…
Share on Facebook

Facebook