୧-ପ୍ରଥମେ ନ୍ୟୁଡ୍କଲ୍ । ତାପରେ ବ୍ଲାକମେଲିଂ । ଆଉ ଶେଷରେ ସୁଇସାଇଡ୍ । ବରଗଡ଼ ବରପାଲି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ମ୍ୟାନେଜର୍ ଦିବ୍ୟରଞ୍ଜନ ମିଶ୍ରଙ୍କ ଆତ୍ମହତ୍ୟା ମାମଲାର ୪ ମାସ ପରେ ଖୁଲାସା
୨-ଏକ୍ଜିଟ୍ ପୋଲ: ଗୁଜରାଟରେ ବିଜେପି, ହିମାଚଳରେ ବିଜେପି-କଂଗ୍ରେସ ଟକ୍କର
୩-ଟାଇପ-୧ ଡାଇବେଟିସକୁ ବିଳମ୍ବ କରିବା ପାଇଁ ବାହାରିଲା ଔଷଧ
୪-ଆକ୍ରମଣର ଆଶଙ୍କା ଥିବାରୁ ଖୋଲା କାରରେ ବୁଲୁନାହିଁ: ଏଲନ ମସ୍କ
୫-ଜବରଦସ୍ତି ଧର୍ମାନ୍ତରଣକୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କହିଲେ ସୁପ୍ରିମକୋର୍ଟ, ସତ୍ୟପାଠ ଦାଖଲ କରିବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ
୬-ଜାଲନୋଟ ଜରାସନ୍ଧ ପରି, ନ କାଟିଲେ ମରିବନି : ସୁପ୍ରିମକୋର୍ଟରେ କହିଲେ କେନ୍ଦ୍ର ସରକାର
୭-ୟୁକ୍ରେନର ଡୋନେଟସ୍କ୍ ଏବଂ ପୋଲଟାଭାରେ ବିସ୍ଫୋରଣ, ଆକାଶମାର୍ଗରୁ ଆକ୍ରମଣ ନେଇ ଆଲର୍ଟ ଜାରି
୮-ବ୍ରହ୍ମପୁରରେ ଶାଶୁଘର ଆଗରେ ଦୀପିକା ଧାରଣା ଘଟଣା: ବାରମ୍ବାର ନୋଟିସ ପରେ ମହିଳା କମିଶନରେ ହାଜର ହେଲେ ପ୍ରେମିକ ଦୀନେଶ
୯-ରୋମାଞ୍ଚକର ଟେଷ୍ଟରେ ପାକିସ୍ତାନକୁ ତାରି ଘରେ ମାତ୍ ଦେଲା ଇଂଲଣ୍ଡ, ୨୨ ବର୍ଷ ପରେ ହାସଲ କଲା ବିଜୟ
୧୦-ସରିଛି ପଦ୍ମପୁର ଉପ-ନିର୍ବାଚନ ଭୋଟିଂ । ଇଭିଏମ୍ରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଏଥରକ ରେକର୍ଡ ସଂଖ୍ୟକ ମତଦାନ ହୋଇଛି
୧୧-ଆଦାନୀଙ୍କ କମ୍ପାନି ଉପରେ LICର ବଡ଼ ଭରସା, କିଣି ସାରିଲାଣି ୭୩,୪୬୭ କୋଟି ଟଙ୍କାର ସେୟାର
୧୨- ଆରମ୍ଭ ହେଲା RBI MPC ବୈଠକ; କେତେ ବଢିବ ଆପଣଙ୍କ EMI, ୭ ଡିସେମ୍ବରରେ ହେବ ଘୋଷଣା
୧୩-ଯୁକ୍ତ୨ ପରୀକ୍ଷା ଦେବେ ସାଢ଼େ ୩ ଲକ୍ଷ; ଜାନୁଆରିରେ ପ୍ରାକ୍ଟିକାଲ, ମାର୍ଚ୍ଚରେ ଥିଓରି ପରୀକ୍ଷା
୧୪-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସୋମବାର ସଂଧ୍ୟାରେ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିବା ଜି-୨୦ ପ୍ରସ୍ତୁତି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି।
୧୫-ବଙ୍ଗୋପସାଗରରେ ୧୨ ଘଣ୍ଟାରେ ୨ ଭୂ-କମ୍ପ, ସୁନାମି ବିପଦ ନାହିଁ
୧୬-ଏଚ୍ଆଇଭି ଟିକା ଟ୍ରାଏଲ ସଫଳ
୧୮- ଇ-ଏଫଆଇଆର୍ ପଞ୍ଜୀକରଣ ବ୍ୟବସ୍ଥା ପ୍ରସଙ୍ଗରେ ପୁଲିସ ଡିଜିଙ୍କ ନିକଟରୁ ହାଇକୋର୍ଟ ଜବାବ ତଲବ କରିଛନ୍ତି
୧୯- ଜାତୀୟ ସେବା ଯୋଜନା(ଏନ୍ଏସ୍ଏସ୍) ଅଧୀନରେ ୨୦୨୨-୨୩ ଆର୍ଥିକ ବର୍ଷରେ ୨୦୦ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯିବ
୨୦-ଫିଫା ବିଶ୍ବକପ୍: ପ୍ରଥମ କ୍ବାର୍ଟରରେ ବ୍ରାଜିଲ୍-କ୍ରୋଏସିଆ
ସୁପ୍ରଭାତ ,ଶୁଭ ସକାଳ