ଆଜି ସିଙ୍ଗାପୁରରେ ହେବ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କର କିଡ଼ନୀ ପ୍ରତ୍ୟାରୋପଣ । ସିଙ୍ଗାପୁରରେ ରହୁଥିବା ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ନିଜ ପିତାଙ୍କୁ ଏକ କିଡ଼ନୀ ଦାନ କରିବେ। ଏନେଇ ରୋହିଣୀ ଆଜି ସକାଳୁ ହସ୍ପିଟାଲ ବେଡରୁ ନିଜ ଫଟୋ ଟ୍ୱିଟ କରି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ଫ୍ୟାନ୍ସଙ୍କୁ ଜଣାଇଛନ୍ତି।
କିଡନୀ ପ୍ରତ୍ୟାରୋପଣ ପାଇଁ ରୋହିଣୀଙ୍କର ପ୍ରଥମେ ଅପରେସନ୍ କରାଯିବ। ଫଟୋରେ ଦେଖିବାକୁ ମିଳିଛି ଯେ ଅପରେସନ୍ ପୂର୍ବରୁ ରୋହିଣୀ ହସ୍ପିଟାଲ ବେଡ ଉପରେ ଅଛନ୍ତି। ତାଙ୍କ ମୁହଁରେ ଉତ୍ସାହ ଓ ସାହସ ଦେଖିବାକୁ ମିଳିଛି। ଫଟୋରେ ରୋହିଣୀ ବିଜୟ ସଙ୍କେତ ମଧ୍ୟ ଦେଖାଇଛନ୍ତି। ଲାଲୁ ଯାଦବଙ୍କୁ ମଧ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।
ଲାଲୁ ଯାଦବ ଓ ରାବ୍ରୀ ଦେବୀଙ୍କ ୯ ସନ୍ତାନଙ୍କ ମଧ୍ୟରୁ ଦ୍ୱିତୀୟ କନ୍ୟା ହେଉଛନ୍ତି ରୋହିଣୀ। ସେ ସିଙ୍ଗାପୁରରେ ନିଜ ପରିବାର ସହ ରହୁଛନ୍ତି। ହସ୍ପିଟାଲ ଯିବା ପୂର୍ବରୁ ଇମୋସନାଲ ହୋଇପଡ଼ିଥିବା ରୋହିଣୀ ଟ୍ୱିଟ କରି କହିଛନ୍ତି, ଭଗବାନଙ୍କୁ ଦେଖିନି । ହେଲେ ଭଗବାନଙ୍କ ରୂପରେ ପିତାଙ୍କୁ ପାଇଛି। ଲାଲୁ ଯାଦବ ସୁସ୍ଥ ରହିବା ସାଧାରଣ ଲୋକଙ୍କ ଆବଶ୍ୟକତା । ଏଥିପାଇଁ ଏପରି ସାହସିକ ପସକ୍ଷେପ ନେଇଛି।