ଇଟା ଭାଟି ମାଲିକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଦୁର୍ବୃତ୍ତ ମାନେ ପଥରରେ ତାଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ହତ୍ୟାକାଣ୍ଡ କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଖରନାସୀ ଗାଁରେ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ପାତାପାଟ ଗାଁର ଦୀନେଶ ବୈଦ।
ଗତ ରାତିରେ ଭାଟିର କାମ କରୁଥିବା ଶ୍ରମିକଙ୍କ ସହିତ ଭୋଜିର ଆୟୋଜନ କରିଥିଲେ। ଭୋଜି ଖାଇ ରାତିରେ ଘରକୁ ନ ଫେରି ଭାଟିରେ ରହିଥିଲେ। ଆଜି ସକାଳେ ଇଟା ଭାଟି ପରିସରରେ ଦୀନେଶଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ଦିନେଶଙ୍କ ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ।