ରାଜଧାନୀ ଲୋୟର ପିଏମଜିରେ ୨ ଲକ୍ଷ ଶିକ୍ଷକ; ଶିକ୍ଷା ମନ୍ତ୍ରୀ ପଦ୍ମପୁରରେ

୨ ଲକ୍ଷ ଶିକ୍ଷକ ନିଜର ଦାବି ନେଇ ଲୋୟର ପିଏମଜିରେ ଚିତ୍କାର କରୁଛନ୍ତି। ଏହି ସମୟରେ ଶିକ୍ଷା ମନ୍ତ୍ରୀ ପଦ୍ମପୁରରେ ନିର୍ବାଚନ ପ୍ରଚାର କରୁଛନ୍ତି। କାହାଠାରୁ ଅନୁମତି ନେଇ ସେ ପଦ୍ମପୁର ଗଲେ ବୋଲି ମୋହନ ମାଝୀ ପ୍ରଶ୍ନ କରିଛନ୍ତି।
ସେ ଆହୁରି କହିଛନ୍ତି, ଶିକ୍ଷକମାନଙ୍କର ଠିକା ନିଯୁକ୍ତିର ଯୁଗ ସରିଗଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଯଦି ଠିକା ନିଯୁକ୍ତିର ଯୁଗ ସରିଯାଇଛି, ତା’ହେଲେ ରାଜଧାନୀରେ ୨ ଲକ୍ଷ ଶିକ୍ଷକ କାହିଁକି ଧାରଣା ଦେଇଛନ୍ତି? ଆଜି ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ସରକାରଙ୍କ ଚିନ୍ତା ନାହିଁ କି ଦରଦ ନାହିଁ।ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ୨ଦିନ ହେବ ଶିକ୍ଷକମାନେ ୩ ଦଫା ଦାବିରେ ଆନ୍ଦୋଳନ କରୁଛନ୍ତି। ହେଲେ ଶିକ୍ଷକମାନଙ୍କ ସହ ଆଲୋଚନା କରିବା ପାଇଁ ଶିକ୍ଷା ମନ୍ତ୍ରୀ ନାହାନ୍ତି କି ଶିକ୍ଷା ବିଭାଗର କୌଣସି ଅଧିକାରୀ ନାହାନ୍ତି। ସେହିପରି ବିଧାସଭାରେ ବି କୌଣସି ମନ୍ତ୍ରୀ ନାହାନ୍ତି, ଯେଉଁମାନେ ଶିକ୍ଷକମାନଙ୍କ ସହ ଆଲୋଚନା କରିବେ?

ଯଦି ଲକ୍ଷ ଲକ୍ଷ ଶିକ୍ଷକ ରାଜରାସ୍ତାରେ କାନ୍ଦୁଛନ୍ତି, ଶିକ୍ଷୟିତ୍ରୀମାନେ ରାଜରାସ୍ତାରେ ରାତିରେ ଶୋଉଛନ୍ତି, ତା’ହେଲେ ଏହି ଗୃହ କ’ଣ ପାଇଁ ଅଛି? ଏପରି ପରିସ୍ଥିତିରେ ଦେଖିଲେ ଲାଗୁଛି ରାଜ୍ୟ ସରକାର ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି। ଶିକ୍ଷକଙ୍କ ଦାବି ପୂରଣ କରିବାକୁ ବିଧାନସଭାରେ କଂଗ୍ରେସ ଦଳ ଦାବି କରିଛି ବୋଲି କହିଛନ୍ତି ଶ୍ରୀ ବାହିନୀପତି।

Share this…
Share on Facebook

Facebook