ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ଥରିବ ଓଡ଼ିଶା।

ଗତ ରାତିରେ କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରି ରେକର୍ଡ ହୋଇଛି। ସେହିପରି ଫୁଲବାଣୀରେ ୯.୫ ଡିଗ୍ରି ଓ କିରେଇରେ ୯.୪ ଡିଗ୍ରି ରାତି ତାପମାତ୍ରା ରହିଥିଲା। ଏଥିସହ ରାଜ୍ୟର ୨୪ ସହରର ତାପମାତ୍ରା ୧୫ ଡିଗ୍ରି ତଳକୁ ରହିଛି।ଦାରିଙ୍ଗବାଡ଼ି ଓ କେନ୍ଦୁଝରରେ ୧୦ ଡିଗ୍ରି, ଝାରସୁଗୁଡ଼ାରେ ୧୦.୬ ଡିଗ୍ରି, ଦେବଗଡ଼ରେ ୧୧.୫ ଡିଗ୍ରି ଓ ହୀରାକୁଦରେ ୧୧.୮ ଡିଗ୍ରି ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି।

ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱରରେ ମଧ୍ୟ ଶୀତ ପ୍ରକୋପ ଅନୁଭୂତ ହେଉଛି। ଗତରାତିରେ କଟକରେ ସର୍ବନିମ୍ନ ତାପମାତ୍ରା ୧୪.୮ ଡିଗ୍ରି ଓ ଭୁବନେଶ୍ବରର ୧୪ ଡିଗ୍ରି ରହିଥିଲା। ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ତାପମାତ୍ରା ଏହିଭଳି ରହିବ। ଅନେକ ସ୍ଥାନର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ସ୍ୱାଭାବିକଠାରୁ କମ୍‌ ରହିବ ବୋଲି ଆଞ୍ଚଳିକ ପାଣିାପଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Share this…
Share on Facebook

Facebook