କୋରାପୁଟ ଜିଲ୍ଲା ସିମିଳିଗୁଡ଼ାରେ ପାରଦ ୬.୪ ଡିଗ୍ରୀକୁ ଖସିଛି। ଆଗାମୀ ୫ ଦିନ ଯାଏ ରାଜ୍ୟରେ ଶୀତ ଲହରୀ ଜାରି ରହିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକଠାରୁ ୨ରୁ ୪ ଡିଗ୍ରୀ ତାପମାତ୍ରା କମ୍ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।
ଉପକୂଳ ଓଡ଼ିଶାରେ ଶୀତ ଅପେକ୍ଷାକୃତ କମ୍ ଅନୁଭୂତ ହେଉଛି । ଭୁବନେଶ୍ୱର, କଟକ, ବାଲେଶ୍ୱର, ପାରୀଦାପ, ଯାଜପୁରରେ ପାରଦ ୧୫ ଡିଗ୍ରୀ ଉପରେ ରହୁଛି । କିନ୍ତୁ ଆଭ୍ୟନ୍ତରୀଣ ଓଡି଼ଶାର କିଛି ସ୍ଥାନରେ ପାରଦ ଲଗାତର ଭାବେ ୧୨ ଡିଗ୍ରୀରୁ କମ୍ ରହୁଛି । ଜି. ଉଦୟଗିରିରେ ତାପମାତ୍ରା ୮ ଡିଗ୍ରୀ ରହିଛି । ଫୁଲବାଣୀରେ ୧୦, କୋରାପୁଟରେ ୧୦, ଦାରିଙ୍ଗିବାଡ଼ିରେ ୧୦.୫, କିରେଇରେ ୧୧.୮, ଭବାନୀପାଟଣାରେ ୧୨, ବୌଦ୍ଧରେ ୧୨, ଦେବଗଡ଼ରେ ୧୩, ଝାରସୁଗୁଡାରେ ୧୩.୨, ହୀରାକୁଦରେ ୧୩.୩, କେନ୍ଦୁଝରରେ ୧୩.୪, ବୌଦ୍ଧରେ ୧୩.୫, ସୁନ୍ଦରଗଡ଼ରେ ୧୪.୫, ନୟାଗଡ଼ରେ ୧୬, ସୋନପୁରରେ ୧୫, ସମ୍ବଲପୁରରେ ୧୫.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ସେହିଭଳି କଳାହାଣ୍ଡି, କନ୍ଧମାଳ, ଗଜପତି ଓ ରାୟଗଡ଼ା ଜିଲ୍ଲାର କିଛି ସ୍ଥାନରେ କୁହୁଡ଼ି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।