ଝିଅ ଆଖିରୁ ଲିଭୁନି ଲୁହ; ବେସାହାରା ହୋଇ ମାଗୁଛନ୍ତି ସହାୟତା

ମାଲକାନଗିରି – ବାପା ମା ହେଉଛନ୍ତି ଜଣେ ଶିଶୁ ର ସାହସ , ଧୋର୍ଯ୍ୟ । ବାପା ମା ଥିଲେ ଜଣେ ଝିଅ ହେଉ କିମ୍ବା ପୁଅ କେବେ କେଉଁଠି ହାର ମାନେ ନାହିଁ । ବାପା ମା ଥିଲେ ନିଜ ଛୁଆ ଭୁଲ ରାସ୍ତା କୁ ଗଲେ ତାକୁ ସଠିକ ବା ବିଜୟର ରାସ୍ତା ଦେଖାନ୍ତି । କିନ୍ତୁ ମାଲକାନଗିରି ଜିଲ୍ଲା ଏମ ପି ଭି 1 ଗ୍ରାମ 16 ବର୍ଷର ଝିଅ ଦୀପା ନିଜ ବାପା ମାକୁ ହରାଇ ବେସାହାରା ହୋଇ ପଡିଛି । ପିଲାଟି ବେଳରୁ ମାଆ ଆର ପାରିକୁ ଚାଲି ଗଲେ, ବାପା ଥିଲେ ତାଙ୍କର ଏକମାତ୍ର ସାହା ଭରଷା । ହେଲେ ଶେଷରେ ବାପା ମଧ୍ୟ ତାଙ୍କ ହାତ ଛାଡି ଆର ପାରିକୁ ଚାଲି ଗଲେ । ବାପା ମାଆ ଛେଉଣ୍ଡ ଅନାଥ ଝିଅ ଏବେ କେମିତି ଏତେ ବଡ଼ ଦୁନିଆରେ ଏକଲା ବଞ୍ଚିବ ସେଇ ଚିନ୍ତାରେ ରହିଛନ୍ତି । ଜଙ୍ଗଲ ଭିତରେ ଥିବା ଏକ ଘରେ ଏକାକି ରହୁଥିବା ଅସହାୟ ଦିପାଙ୍କୁ କିଏ ହେବ ଏବେ ଶାହା ଭରଷା । ଆସନ୍ତୁ ଦେଖିବା ଆମର ଏହି ରିପୋର୍ଟ

ମୋ ବାପା ମାଆ ମରି ଯାଇଛନ୍ତି । ମୁ ଗାଁ ମୁଣ୍ଡ ଜଙ୍ଗଲ ଭିତରେ ଥିବା ଏହି ଘରେ ଏକା କି ରହୁଛି । ସରକାର ମୋତେ ଟିକିଏ ସାହାଯ୍ୟ କଲେ ମୁ ପାଠ ପଢି ଚାକିରି କରନ୍ତି । ଆଖିର ଲୁହକୁ ପାଟିରେ ଧରି ଏମିତି ଦୃଦୟ ବିଦାରକ କଥା କହୁଥିବା ଏହି ନାବାଳିକା ଝିଅ ହେଉଛନ୍ତି ମାଲକାନଗିରି ଜିଲ୍ଲା ତମସା ପଞ୍ଚାୟତ ଅନ୍ତର୍ଗତ ଏମ.ପି.ଭି-୧ ଗ୍ରାମର ଦିପା ମଣ୍ଡଳ । ହେଲେ କାହିଁକି ତାଙ୍କ ଆଖିରେ ଏତେ ଲୁହ । ଏ କଥା ଜାଣିଲେ ଆପଣଙ୍କ ହୃଦୟ ବି କାନ୍ଦି ଉଠିବ । ଦିପାଙ୍କ ବୟସ ଯେତେ ବେଳେ ତିନି ମାସ ସେତେ ବେଳେ ମାଆ ଆର ପାରିକୁ ଚାଲିଗଲେ । ମାଆକୁ ଭଲ ଭାବେ ଦେଖିନଥିବା ଏହି କୁନି ଝିଅକୁ ଧରି ଗରିବ ବାପା ଦିପକ ମଣ୍ଡଳ ଦୁଇ ମୁଠା ଖାଦ୍ୟ ଲାଗି ଏଣେ ତେଣେ ଘୁରି ବୁଲିଲେ । ହେଲେ ଏମ.ପି.ଭି-୧ ଗାଁରେ ପହଞ୍ଚିଲା ବେଳକୁ ଗାଁ ଲୋକେ ତାଙ୍କ ଦୁରଅବସ୍ତା ଦେଖି ଗାଁ ମୁଣ୍ଡ ଜଙ୍ଗଲ ପାଖରେ ଏକ ଝାଟି ମାଟି ଘର ତିଆରି କରି ଦେବା ସହ କିଛି ଦିନ ଲାଗି ଖାଦ୍ୟ ସାମଗ୍ରୀ ମଧ୍ୟ ଦେଲେ । ପରେ କୁଲି ବୁତି କରି ଏକ ମାତ୍ର ଝିଅକୁ ପାଠ ପଢାଇବା ସହ ବହୁ କଷ୍ଟରେ ପରିବାର ଚଳାଉଥିଲେ ଦିପକ । ହେଲେ କ୍ୟାନ୍ସର ରୋଗରେ ପିଡିତ ଦିପକ ମଣ୍ଡଳଙ୍କ ଗତ ୧୬ ତାରିଖ ଦିନ ମୃତ୍ୟୁ ହେବା ପରେ ଝିଅ ଦିପା ଏବେ ଏକା ହୋଇ ପଡିଛନ୍ତି । ଖାଇବାକୁ ମଧ୍ୟ ସେଭଳି କିଛି ଘରେ ନଥିବା ବେଳେ ମାସକୁ ମିଳୁଥିବା ଚାଉଳ ରେ ଭାତ ରୋଷେଇ କରି ଲୁଣ ଓ ଲଙ୍କା ସହ ଭାତ ଖାଉଛନ୍ତି । ତେବେ ସେ ନିଜେ କଣ କହୁଛନ୍ତି ଆପଣ ମାନେ ତାଙ୍କ ମୁଖରୁ ହିଁ ଶୁଣନ୍ତୁ ତାଙ୍କ ଦୁଃଖ କୁ

ବାପା ଦିପକ ମଣ୍ଡଳଙ୍କ ମୃତ୍ୟୁ ପରେ ଗାଁ ଲୋକେ ତାଙ୍କର କ୍ରିୟା କର୍ମ କରୁଛନ୍ତି । ଜଙ୍ଗଲ ଭିତରେ ଏକା ରହୁଥିବା ନାବାଳିକା ଝିଅଟିକୁ ସାନ୍ତନା ଦେବା ଲାଗି ଗାଁର କିଛି ସହୃଦୟ ବ୍ୟକ୍ତି ମଧ୍ୟ ଆଗେଇ ଆସିଛନ୍ତି ସତ ହେଲେ ଏହା କେତେ ଦିନ । ନାବାଳିକା ଦିପା ଏବେ +2 ରେ ପାଠ ପଢୁଥିବା ବେଳେ ଘରେ ଏକା ରହିବା ବିପଦ ଜନକ ବୋଲି ଗାଁ ଲୋକେ ଚିନ୍ତା କରୁଛନ୍ତି । ଯେଉଁଥି ପାଇଁ ଏମ.ପି.ଭି-୧ ଗାଁରେ ଗାଁ ଲୋକେ ଏକ ବୈଠକ କରିବା ପରେ ଦିପା ରହୁଥିବା ଘର ପାଖର ଜଙ୍ଗଲକୁ କିଛି କାଂଶରେ ସଫା କରିଥିଲେ । ହେଲେ ଭଲ ପାଠ ପଢୁଥିବା ଏହି ଅନାଥ ଝିଅଟିର ଭବିଷ୍ୟତ ଲାଗି ସରକାର ତାଙ୍କୁ ସାହାଯ୍ୟ କରିବା ସହ କୌଣସି ଏକ ସରକାରି ହୋଷ୍ଟେଲରେ ରଖି ମାଗଣା ପାଠ ପଢିବାର ବ୍ୟବସ୍ତା କରିବା ଲାଗି ଗାଁ ଲୋକେ ସରକାରଙ୍କୁ ଗୁହାରି କରିଛନ୍ତି ।

ଝିଅଟିକୁ ଏକା ଛାଡି ବାପା ମାଆ ଆର ପାରିକୁ ଚାଲି ଗଲେ । ହେଲେ ଦୁନିଆରେ ନିଜର ବୋଲି ଆଉ କେହି ନଥିବା ଦିପାଙ୍କ ସାହା ଭରଷା ଏବେ କିଏ ହେବ ତାହା ହିଁ ହେଉଛି ବଡ ପ୍ରଶ୍ନ ।

Share this…
Share on Facebook

Facebook