ଛାତ୍ର କୁ ଶିକ୍ଷକଙ୍କ ମାଡ଼ ଥାନାରେ ଅଭିଯୋଗ

ସାଲେପୁର-ସରକାର ସ୍କୁଲ ପରିସରରକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଥିବାବେଳେ ସ୍କୁଲଛାତ୍ରକୁ ଶିକ୍ଷକ ଶିକ୍ଷୟିତ୍ରୀ ଦେଲେ ଅମାନୁଷିକଭାବେ ଦଣ୍ଡ। ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁର ବ୍ଳକ ନାନ୍ଦୋଳ ugme ସ୍କୁଲରେ। ନାନ୍ଦୋଳ ugme ସ୍କୁଲରେ ୭ମ ଶ୍ରେଣୀରେ ପାଠପଢ଼ୁଥିବା ଆକବର ହୁସେନଙ୍କ ପୁତ୍ର ସୟଦ ଅଫତାର ହୁସେନକୁ ସ୍କୁଲର ଶିକ୍ଷକ ଯକି ଅମିନ ମାଡ଼ ମାରିଥିବାବେଳେ ଓ ଶିକ୍ଷୟିତ୍ରୀ ଆରା ବିବି ଗାଳିଗୁଳଜ କରିଥିଲେ। ଛାତ୍ରଜଣକ ଦେହଖରାପ ଥିବାରୁ ସ୍କୁଲକୁ ଆସିପାରିନଥିଲେ। ତାହା ପରଦିନ ସ୍କୁଲକୁ ଆସିଥିବାବେଳେ କଣପାଇଁ ସ୍କୁଲକୁ ଆସିନଥିଲୁ କହି ପ୍ରବଳ ମାଡ଼ ମାରିଥିଲେ ଶିକ୍ଷକଶିକ୍ଷୟିତ୍ରୀ। ଛାତ୍ର ଜଣକର କାନରୁ ରକ୍ତଶ୍ରାବ ହୋଇଥିଲା।
ଛାତ୍ରଜଣକ ଗୁରୁତର ଅବସ୍ଥାରେ ଘରକୁ ଯାଇ ନିଜର ବାପାଙ୍କୁ ଜଣାଇବାପରେ ତାଙ୍କୁ ସାଲେପୁର ମେଡିକାଲକୁ ନିଆଯାଇ ଚିକିତ୍ସା କାରାଯାଇଥିଲା। ଶିକ୍ଷକ ଯକି ଅମିନଙ୍କ ଭାଇ ମଧ୍ୟ ଛାତ୍ରର ଅଭିଭାବକକୁ ଗାଳିଗୁଳଜ କରିବା ସହ ମାଡ଼ ମାରିବାକୁ ଧମକ ଦେଇଛନ୍ତି। ଏନେଇ ସେ ସ୍କୁଲର ପ୍ରଧାନ ଶିକ୍ଷକ ଓ ସାଲେପୁର ବିଇଓ ଜଗବନ୍ଧୁ ଶତପଥୀଙ୍କୁ ଜଣାଇଥିଲେ। କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସାଲେପୁର ଥାନାରେ ସମ୍ପୃକ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ନାମରେ ଛାତ୍ରଙ୍କ ଅଭିଭାବକ ଲିଖିତ ଅଭିଯୋଗ କରିଛନ୍ତି। ଛାତ୍ରର ଅଭିଭାବକ ନ୍ୟାୟ ଦାବୀ କରୁଥିବାବେଳେ ଏହି ଘଟଣାକୁ ଅଣଦେଖାକରି କ୍ୟାମେରା ସମ୍ନାରେ ଉତ୍ତର ଦେଲେ ନାହିଁ ସାଲେପୁର ବିଇଓ ଜଗବନ୍ଧୁ ଶତପଥୀ।

Share this…
Share on Facebook

Facebook