ତାଳଚେର ପୋଲିସ କୁ ବଡ ସଫଳତା : ୧୧ ମୋଟରସାଇକେଲ ଜବତ।

ଅନୁଗୋଳ ଜିଲ୍ଲା ତାଳଚେର ଥାନା ପୁଲିସ ତାଳଚେର ଏବଂ ଅନ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ କରି ୧୧ ଟି ଚୋରା ମୋଟରସାଇକେଲ ଉଦ୍ଧାର କରିଥିବା ବେଳେ ୪ ମୋଟରସାଇକେଲ ଲୁଟେରାଙ୍କୁ ଗିରଫ କରିଛି । ସୂଚନା ଅନୁସାରେ , ଅନେକ ଦିନ ହେଲା ତାଳଚେର ସହରର ବିଭିନ୍ନ ସ୍ଥାନରୁ ମୋଟରସାଇକେଲ ଚୋରି ରିପୋର୍ଟ ହେଉଥିଲା । ଏଥିପାଇଁ ତାଳଚେର ପୁଲିସ ଘଟଣାର ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ । ତେବେ ଗତକାଲି ତାଳଚେର ଆଦର୍ଶ ଥାନା ଅଧିକାରୀ ଶ୍ରୀନିବାସ ସେଠୀ ଏବଂ କର୍ମଚାରୀଙ୍କ ମିଳିତ ଚଢାଉ କରି ମୋଟରସାଇକେଲ ଲୁଟେରା ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଅନ୍ୟ ୩ ଅଭିଯୁକ୍ତଙ୍କୁ ପୁଲିସ ବିଭିନ୍ନ ସ୍ଥାନରୁ ଗିରଫ କରିଥିଲେ । ସେମାନଙ୍କୁ ପଚରାଉଚୁରା ପରେ ପୁଲିସ ବିଭିନ୍ନ ସ୍ଥାନରୁ ୧୧ ଟି ମୋଟରସାଇକେଲ ଉଦ୍ଧାର ମଧ୍ୟ କରିଥିଲା । ଗିରଫ ହୋଇଥିବା ମୁଖ୍ୟ ମୋଟରସାଇକେଲ ଲୁଟେରା ଢେଙ୍କାନାଳ ଜିଲ୍ଲାର ପର୍ଜଙ୍ଗ, ଦୁମାଣି ଗ୍ରାମର ବିଜୟ ପରିଡ଼ା ଓରଫ ହଟିଆ ଓ ତ୍ରୀନାଥ ରଣା , ଏବଂ କେନ୍ଦୁଝର ଜିଲ୍ଲା ତେଳକୋଇ ଥାନା ଅନ୍ତର୍ଗତ ଦେବାଶିଷ ରଣା ଓ ଦୀପକ କୁମାର ରଣା । ଏମାନେ ତାଳଚେର ଓ ଏହାର ଆଖପାଖ ଅଞ୍ଚଳ ଏବଂ କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୋଟରସାଇକେଲ ଚୋରି କରୁଥିଲେ

Share this…
Share on Facebook

Facebook