ମଣିଷର ଆତ୍ମା ତୃପ୍ତି ଲାଭ କରିବାକୁ ହେଲେ ଠାକୁରଙ୍କ

ମଣିଷର ଆତ୍ମା ତୃପ୍ତି ଲାଭ କରିବାକୁ ହେଲେ ଠାକୁରଙ୍କ ଶରଣାଗତ ହେବାକୁ ପଡ଼େ,ଠାକୁରଙ୍କ ନିକଟରେ ଆତ୍ମା ତୃପ୍ତି ମିଳେ ।ଭାରତ ଦେଶରେ 4 ଟି ଧାମ ରହିଛି ବଦ୍ରିନାଥ,ଦ୍ବାରିକା,ରାମେଶ୍ବର ଏବଂ ଶେଷରେ ପୁରୀ ଜଗନ୍ନାଥ ଧାମ ଦର୍ଶନ କଲେ ମଣିଷ ଜୀବନ ମୋକ୍ଷ ହୁଏ ବୋଲି କଥିତ ଅଛି ।୧୨ ଟି ଜ୍ୟୋତିର୍ଲିଙ୍ଗ ଦର୍ଶନ କଲେ ବୈକୁଣ୍ଠ ପ୍ରାପ୍ତି ହୁଏ ବୋଲି କୁହାଯାଏ ।ତେଣୁ ସମସ୍ତ ମଣିଷ ଙ୍କ ଭାଗ୍ୟରେ ନଥାଏ ସବୁ ଧାମ ସହ ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବାର ।ଏମିତି ଜଣେ ଭକ୍ତ ଅଛନ୍ତି ଜିଏକି ଜିଦ୍ କରି ବାଲେଶ୍ଵର ରୁ ବାହାରିଥିଲେ ସମସ୍ତ ଧାମ ବୁଲିବେ ଏବଂ ୧୨ ଟି ଜ୍ୟୋତିର୍ଲିଙ୍ଗ ଦର୍ଶନ କରି ଘରକୁ ଫେରିବେ ।ସେ ହେଉଛନ୍ତି ସୁଭରାଜ୍ ରଣା,ଘର ତାଙ୍କର ବାଲେଶ୍ଵରର ମୋତିଗଞ୍ଜ ଦାମୋଦରପୁର ।ସେ ଜଣେ ସରକାରୀ କର୍ମଚାରୀ ଭାବେ କର୍ମ କରନ୍ତି,ତାଙ୍କ କର୍ମମୟ ଜଞ୍ଜାଳ ଭିତରୁ ୧ ମାସ ଛୁଟି ଆଣି ଚାରି ଧାମ ବୁଲିବାକୁ ଆସି ଶେଷରେ ପୁରୀରେ ପହଞ୍ଚି ସମୁଦ୍ରରେ ସ୍ନାନ କରିବା ପରେ ଜଗନ୍ନାଥଙ୍କୁ ଦର୍ଶନ କରି ଆତ୍ମତୃପ୍ତି ଲାଭ କରିଛନ୍ତି ବୋଲି କହିଛନ୍ତି ।
Bite 1,2
ଜୀବନରେ କେତେବେଳେ ଏହି ନିଃଶ୍ୱାସ ହଠାତ୍ ଠପ୍ ହୋଇଯିବ ତାହା କେହି କେହି କହିପାରିବେ ନାହିଁ ।ତେଣୁ ସଂସାର ଭଳି ନର୍କ ଭିତରୁ ବାହାରି ଠାକୁରଙ୍କ ଶରଣାଗତ ହୋଇ ନିଜ ଜୀବନକୁ ଅତିବାହିତ କରିବା ପାଇଁ ସୁଭରାଜ୍ ଚେଷ୍ଟା କରିଛନ୍ତି ।

Share this…
Share on Facebook

Facebook