ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ସଞ୍ଜୀବ ସିଂହlଶିକ୍ଷା ବିଭାଗର ଜଣେ ପିଅନ ସନ୍ତୋଷ କୁଣ୍ଡୁଙ୍କ ଠାରୁ ବଦଳି ଆଦେଶର ପରିବର୍ତ୍ତନ ଓ ନିଜ ଇଚ୍ଛା ମୁତାବକ କାର୍ଯ୍ୟାଳୟରେ ନିଯୁକ୍ତ କରାଇଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଓ କେନ୍ଦ୍ରାପଡା ଭିଜିଲାନ୍ସର ଟିମ ତାଙ୍କୁ କାବୁ କରି ନେଇଥିଲାl ତିନିମୁହାଣୀ ଛକ ଏନଏଚ କଲୋନୀ ସ୍ଥିତ ଭଡା ଘର ବାସଭବନରେ ଡିଇଓ ଲାଞ୍ଚ ଟଙ୍କା ଗ୍ରହଣ କରୁଥିଲେlସବୁଠାରୁ ବଡ଼ କଥା ହେଲା ଆଉ ମାତ୍ର ୩ ଦିନ ପରେ ସିଂହ ଅବସର ନେଇଥାଆନ୍ତେlମିଳିଥିବା ସୂଚନା ଅନୁଯାୟୀ ପଟ୍ଟମୁଣ୍ଡାଇ ନିମପୁର୍ ସ୍କୁଲର ପିଅନ ସନ୍ତୋଷ କୁଣ୍ଡୁଙ୍କୁ ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ବଦଳି କରିଦେବା ପାଇଁ ସେ ଏହି ଲାଞ୍ଚ ନେଉଥିଲେl
ଶିକ୍ଷା ଅଧିକାରୀଙ୍କ ଭଡା ଘର ସମେତ କଟକ ସ୍ଥିତ ଘର, ବାଲେଶ୍ୱର ସ୍ଥିତ ପୈତୃକ ଘରେ ଏକକାଳୀନ ଭିଜିଲାନ୍ସ ଚଢାଉ କରୁଥିବା ଜଣାପଡିଛି lକଟକ ଭିଜିଲାନ୍ସ ବିଭାଗ 42/2022 US 7pc ଆମାଡ଼ମେଣ୍ଟ ଆକ୍ଟ 2018ରେ କେଶ ରେଜିଷ୍ଟର କରିଥିବା ସୂଚନା ମିଳିଛି।