ଚାନ୍ଦବାଲି ବ୍ଲକ ମାଧପୁର ପଂଚାୟତ ଅଣଖାସାହିରେ ପୋଖରୀ ଭାସିଯାଇ ଜଣେ ଶିଶୁ କନ୍ୟାର ମୃତ୍ୟୁ, ମୃତକ ହେଲେ ରଞ୍ଜନ ଦାସଙ୍କ କନ୍ୟା ସ୍ଵାତି ଦାସ l

ପୋଖରୀରେ ପଡି ଜଣେ 5 ବର୍ଷର ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଛି l ମୃତ ଶିଶୁ ଜଣକ ହେଉଛନ୍ତି ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମାଧପୁର ପଂଚାୟତ ଅଣଖାସାହିରେ ରଞ୍ଜନ ଦାସଙ୍କ କନ୍ୟା ସ୍ଵାତି ଦାସ l
ଶିଶୁଟି ଘର ନିକଟରେ ଖେଳୁଥିବା ସମୟରେ ପୋଖରୀ ମଧ୍ୟରେ ପଡି ଯାଇଥିଲା, ପରିବାର ଲୋକେ ଶିଶୁଟିକୁ ପୋଖରୀ ମଧରୁ ଉଦ୍ଧାର କରି ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିବା ପରେ ମୃତକଙ୍କ ପରିବାର ପକ୍ଷରୁ ମେଡିକାଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l

Share this…
Share on Facebook

Facebook