ନୀଳଗିରି ତହସିଲ ଅଧିନ ବାଘମରା ଗାଁରେ ଆର୍ ଆଇ ଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିିଲେ ପଥର ମାଫିଆ।
ସୂଚନା ଅନୁଯାୟୀ ଦୁଇ ତିନି ଦିନ ପୂର୍ବରୁ ବାଘମରା ନିକଟ ରେ ବେଆଇନ ବିସ୍ଫୋରଣ କରିଥିବା କଥା ତହସିଲଦାର ଙ୍କୁ ଖବର ମିଳିବା ପରେ ଆଜି ସଜନାଗଡ ଆର୍. ଆଇ. ଙ୍କୁ ତଦନ୍ତ ପାଇଁ ପଠାଇଥିବା ବେଳେ, ବାରମ୍ବାର ବେଆଇନ୍ ଭାବେ ବିସ୍ଫୋରଣ କରି ପଥର ଚୋରା ଚାଲାଣ କରୁଥିବା ଏହି ବାପ ପୁଅ ଦ୍ବୟ ସଂପୃକ୍ତ ଆର୍. ଆଇ. ,କେ. ସନ୍ତୋଷ କୁମାର ଙ୍କୁ ଅତର୍କିତ ଭାବେ ମରଣାନ୍ତକ ଆକ୍ରମଣ କରିବା ସହ ଲୁହାଛଡ଼ ରେ ଗୋଡ଼ାଇ ଗୋଡ଼ାଇ ବାଡେଇ ଛନ୍ତି| ଏହା ସହ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଛନ୍ତି| ଏହା ସହ ପ୍ରମାଣ ନଷ୍ଟ କରିବା ପାଇଁ ଆର୍.ଆଇ. ଙ୍କ ମୋବାଇଲ ଭାଙ୍ଗିବା ସହ ତାଙ୍କ ପର୍ସ ଓ ସେଥିରେ ଥିବା ୪୦୦୦ ଟଙ୍କା ମଧ୍ୟ ନେଇଯାଇଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି| ନୀଳଗିରି ରେ ଏଭଳି ଘଟଣା ଧାରାବାହିକ ଭାବେ ଘଟୁଥିବା ବେଳେ ସ୍ଥାନୀୟ ପ୍ରଶାସନ ଏନେଇ କାହିଁକି ଚୁପ୍ ବସୁଛି ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି| ବାରମ୍ବାର ଏଭଳି ଘଟଣା ଘଟୁଥିଲେ ବି ପରବର୍ତ୍ତୀ ମୁହୁର୍ତ୍ତରେ କୌଣସି କାର୍ଯ୍ୟାନୁଷ୍ଠନ ନହେବା ମାଫିଆ ମାନଙ୍କ ର ସାହସ କୁ ଦ୍ୱିଗୁଣିତ କରୁଛି| ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଚି ଏହି ବାପ ପୁଅ ବିଶ୍ଵନାଥ ଦାଶ ଓ ବିଶ୍ୱଜିତ ଦାସ ଏକ ପ୍ରକାର ଗୁଣ୍ଡାରାଜ ଚଳାଇଥିବା ସ୍ଥାନୀୟ ଅଂଚଳ ରେ କୋକୁଆ ଭୟ ସୃଷ୍ଟି କରୁଛି|