ଗଞ୍ଜାମ ଜିଲ୍ଲାପାଳ ଏବଂ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଅଭିଯୋଗ ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଚାଲିଥିବା ବେଳେ ଜଣେ ଦିବ୍ୟଙ୍ଗ ଅଭିଯୋଗ କାରୀ ବିଷ ପିଇଦେଇଥିଲେ।ସେ ପ୍ରଶାସନ ନିକଟରେ ବହୁବାର ଅଭିଯୋଗ ପରେ ମଧ୍ୟ ଗୁହାରି ନ ଶୁଣିବାରୁ ପିଇଲେ ବିଷ।ଦିଗପହଣ୍ଡି ଆଇଆଇସି ଦୀପ୍ତି ରଞ୍ଜନ ବେହେରା, ଦିଗପହଣ୍ଡି ବିଡ଼ିଓ ହଳଧର ଶବର ବିଷ ପିଇଥିବା ଉଦ୍ଧାର କରି ଦିଗପହଣ୍ଡି ଥାନା ଭେନ ରେ ବସାଇ ଦିଗପହଣ୍ଡି ମେଡିକାଲ ଭର୍ତ୍ତି କରିଥିଲେ।ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି।।
ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋଟ