ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଦ୍ରୌପଦୀ ମୁର୍ମୁ ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ପଦ ସମ୍ଭାଳିଛନ୍ତି। ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ସେ ସଂସଦର ସେଣ୍ଟ୍ରାଲ ହଲରୁ ପ୍ରଥମଥର ପାଇଁ ଦେଶକୁ ସମ୍ବୋଧନ କରିଛନ୍ତି।
ଜୁହାର ଓ ନମସ୍କାରରୁ ଅଭିଭାଷଣ ଆରମ୍ଭ କରିଥିବା ଦ୍ରୌପଦୀ ମୁର୍ମୁ ଓଡ଼ିଆରେ ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’ ବୋଲି କହିବା ପରେ ସମଗ୍ର ହଲ କରତାଳିରେ ଫାଟି ପଡ଼ିଥିଲା। ସେ ସମାଜର ପ୍ରତିଟି ବର୍ଗର ବିକାଶ ପାଇଁ କାମ କରିବେ ବୋଲି ମଧ୍ୟ କହିଛନ୍ତି। ସେ କହିଛନ୍ତି, “ଭାରତର ସମସ୍ତ ନାଗରିକମାନଙ୍କ ଆଶା, ଆକାଂକ୍ଷା ଓ ଅଧିକାରର ପ୍ରତୀକ ଏହି ପବିତ୍ର ସଂସଦରୁ ମୁଁ ଦେଶବାସୀଙ୍କୁ ପୂରା ବିନମ୍ରତାର ସହ ଅଭିନନ୍ଦନ କରୁଛି।