ସୋମବାର। ବିଶ୍ବ ହିନ୍ଦୁ ପରିଷଦର ଜିଲ୍ଲା ବୈଠକ, ଯାଉଁଳି ପୋଖରି ମଠ, ଢେଙ୍କାନାଳ ଠାରେ ଅନୁଷ୍ଠିତ ହୋଇଛି। ବୈଠକ ରେ ଉପସ୍ଥିତ ବିଶ୍ଵ ହିନ୍ଦୁ ପରିଷଦ (ପୂର୍ବ) ପ୍ରାନ୍ତ ସମ୍ପାଦକ ମାନନୀୟ ଶ୍ରୀ ମହେଶ ସାହୁ ( ସୋନି ଜୀ) ବିଭିନ୍ନ ସାଙ୍ଗଠନିକ ପ୍ରଣାଳୀ ଉପରେଆଲୋକପାତ କରିଥିଲେ । ପ୍ରାନ୍ତ ସଂରକ୍ଷକ ଶ୍ରୀ ଶରତ କୁମାର ଷଡଙ୍ଗୀ, ଜିଲ୍ଲା ସଭାପତି ଶ୍ରୀ ଅଞ୍ଜନ କୁମାର ହୋତା, ଉପସଭାପତି ଅକ୍ଷୟ କୁମାର ନାଥ, ଶ୍ରୀ ରତ୍ନ ଭୂଷଣ ସାହୁ, ସମ୍ପାଦକ ଶ୍ରୀ ଉମେଶ ଚନ୍ଦ୍ର ରାଉତ, କୋଷାଧକ୍ଷ ଶ୍ରୀ ମନୋରଞ୍ଜନ ସାହୁ, ମୁରଲୀଧର ସ୍ୱାଇଁ, ଗୋଲଖ ବିହାରୀ ନାୟକ ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆଗାମୀ ଦିନରେ ଆହୁରି ଉନ୍ନତ ମାନର କାମ କରିବାକୁ ପ୍ରସ୍ତୁତି ଆରମ୍ଭ କରାଯିବ ବୋଲି ସମସ୍ତ ସଦସ୍ୟ ମାନଙ୍କୁ ଅନୁରୋଧ କରାଗଲା।
-ପ୍ରଶାନ୍ତ କୁମାର ସାହୁ।
ଢେଙ୍କାନାଳ