୧-ଯେଉଁଠି ଅଭିଜ୍ଞ ବିଚାରପତିଙ୍କ ପାଇଁ ନିଷ୍ପତ୍ତି ନେବା କଷ୍ଟକର, ସେଠି ଗଣମାଧ୍ୟମ ଚଳାଉଛନ୍ତି କଙ୍ଗାରୁ କୋର୍ଟ – ପ୍ରଧାନ ବିଚାରପତି ।
୨-ରାଷ୍ଟ୍ରପତି କୋବିନ୍ଦଙ୍କ ସଂସଦରେ ଶେଷ ଅଭିଭାଷଣ; “ସେବା କରିବାକୁ ସୁଯୋଗ ଦେଇଥିବାରୁ ଦେଶବାସୀଙ୍କ ନିକଟରେ ସବୁବେଳେ କୃତଜ୍ଞ ରହିବି” ।
୩–ସାଂସଦମାନେ ଗାନ୍ଧିବାଦୀ ନୀତି ପାଳନ କରି ସଂସଦରେ ବିତର୍କ କରନ୍ତୁ : ରାଷ୍ଟ୍ରପତି କୋବିନ୍ଦ ।
୪-ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ, ଶାଢ଼ି-ଆରିସା ପିଠା ନେଇ ଦିଲ୍ଲୀ ଗଲେ ଭାଇ-ଭାଉଜ ।
୫-ବାବୁସାନ, ପ୍ରକୃତି ମିଶ୍ରଙ୍କୁ ଏକାଠି ପାଇ ପତ୍ନୀ ତୃପ୍ତିଙ୍କ ହଙ୍ଗାମା : ସ୍ୱାମୀଙ୍କୁ ଗାଡ଼ିରୁ ଟାଣି ଆଣିଲେ, ଅଭିନେତ୍ରୀଙ୍କୁ ଗୋଡ଼ାଇଲେ ।
୬-ବୋହୂ ତୃପ୍ତିଙ୍କ ସପକ୍ଷରେ ବାହାରିଲେ ଉତ୍ତମ; କହିଲେ ସେ ବହୁତ ଭଲ, ବାବୁସାନକୁ ବହୁତ ଭଲପାଏ ।
୭-ଚର୍ଚ୍ଚିତ ଓଲିଉଡ୍ ଷ୍ଟାର୍ ବାବୁଶାନ୍ ଏବଂ ପ୍ରକୃତି ମିଶ୍ର ଘଟଣାରେ ଥାନାରେ ଦୁଇ ପକ୍ଷରୁ ମାମଲା ରୁଜୁ ହୋଇଛି । ମଧ୍ୟାହ୍ନ ସମୟରେ ଖାରବେଳ ଥାନାରେ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର ବାବୁଶାନଙ୍କ ପତ୍ନୀ ତୃପ୍ତିଙ୍କ ବିରୋଧରେ ଏଫ୍ଆଇଆର୍ ଦାଏର କରିଥିବା ବେଳେ ସନ୍ଧ୍ୟା ସମୟରେ ଥାନାରେ ବୋହୂଙ୍କ ସହ ପହଞ୍ଚିଥିଲେ ଅପରାଜିତା ମହାନ୍ତି ।
୮-ଛାତିକୁ ପଥର କରି ଦେବେନ୍ଦ୍ରଙ୍କ ବଦଳରେ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କଲୁ: ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରାକନ୍ତ ପାଟିଲ୍ ।
୯-ଲୁଣା ଜଙ୍ଗଲ ଅଭିବୃଦ୍ଧିରେ ଭିତରକନିକା ଶ୍ରେଷ୍ଠ। ୨ ବର୍ଷରେ ସୃଷ୍ଟି ହୋଇଛି ୭.୭୬ ବର୍ଗ କିଲୋମିଟର ଜଙ୍ଗଲ।
୧୦-FLAG CODE: ଏବେ ଦିନ-ରାତି ଉଡାଇ ପାରିବେ ତ୍ରିରଙ୍ଗା, ପଲିଷ୍ଟର ଏବଂ ମେସିନ ତିଆରି ପତାକାକୁ ବି ଅନୁମତି ।
୧୧-ମଙ୍କିପକ୍ସକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରିକାଳୀନ ପରିସ୍ଥତି ଘୋଷଣା କଲା ‘ହୁ’ ।
୧୨-ଖୁବ ଶିଘ୍ର ଓଡିଆ ସହ ଦଶଟି ଭାଷାରେ ମୁକ୍ତିଲାଭ କରିବ ଆକସନ ମୁଭି ‘ପୁଷ୍ପା’ ।
୧୩-କାଶୀପୁରରେ ହଇଜା ନେଉଛି ଗୋଟିଏ ପରେ ଗୋଟିଏ ଜୀବନ। ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ।
୧୪-ଚଳିତ ବର୍ଷ ରାଜ୍ୟର ୭ଟି ପର୍ଯ୍ୟଟନ ସ୍ଥଳୀରେ ହେବ ଇକୋ ରିଟ୍ରିଟ୍ : ପର୍ଯ୍ୟଟନ ମନ୍ତ୍ରୀ ।
୧୫-ଜଳନ୍ଧର ପୁରୋହିତ ହତ୍ୟା: କେଟିଏଫ୍ ଆତଙ୍କବାଦୀ ହରଦୀପ ନିଜାରକୁ ଧରାଇଦେଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ମିଳିବ ।
୧୬-ଦ୍ରୌପଦୀଙ୍କ ଶପଥ ଉତ୍ସବରେ ସାମିଲ୍ ହେବାକୁ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ।
୧୭-ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଭାରତୀୟ ତାରକା ଜାଭେଲିନ ଫିଙ୍ଗାଳି ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଦୌଡ଼କୁଦ ଦଳର ନେତୃତ୍ବ ନେବେ।
୧୮-୨ୟ ଦିନିକିଆ ଆଜି, ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଶିଖର ସେନା ।
୧୯-Winsome Diamonds fraud case: ସାରା ଦୁନିଆରେ ଜତୀନ ମେହତାଙ୍କ ସମ୍ପତ୍ତି ହେବ ସିଜ୍, ବ୍ରିଟେନ କୋର୍ଟଙ୍କ ନିଷ୍ପତ୍ତି ।
୨୦-ଖୁବଶୀଘ୍ର ଭାଙ୍ଗିଯିବ ସିନ୍ଦେ ସରକାର, ମହାରାଷ୍ଟ୍ରରେ ହେବ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ: ଆଦିତ୍ୟ ଠାକରେ ।
ଶୁଭ ସକାଳ,ସୁପ୍ରଭାତ