ରେଳ ଧାରଣା ପାର ହେବା ବେଳେ ଧକ୍କା ଦେଲା ଟ୍ରେନ୍, ଘଟଣାସ୍ଥଳରେ ଚାଲିଗଲା ମହିଳାଙ୍କ ଜୀବନ

ସୋର:ଟ୍ରେନ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ । ବାଲେଶ୍ଵର ଜିଲ୍ଲା ସୋର ରେଳ ଷ୍ଟେସନ ନିକଟରେ ଘଟିଛି ଦୁର୍ଘଟଣା । ରେଳବାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ସୋର ରେଳ ଷ୍ଟେସନ ନିକଟରେ ରେଳ ଧାରଣା ପାର ହେବା ବେଳେ ଘଟିଛି ଦୁର୍ଘଟଣା । ସିମୁଳିଆ ଗାଁର ବେଣୁଧର ବେହେରାଙ୍କ ସ୍ତ୍ରୀ ଭାରତୀ କଟକ ବଡ ମେଡିକାଲକୁ ଚିକିତ୍ସା ପାଇଁ ଯାଉଥିଲେ । ଷ୍ଟେସନ ନିକଟରେ ଅନ୍ୟ ଏକ ଟ୍ରେନ୍ ଧରିବାକୁ ରେଳ ଧାରଣା ପାର ହେଉଥିବା ବେଳେ ଡାଉନ୍ ଗୌହାଟୀ ଏକ୍ସପ୍ରେସ୍ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଭାରତୀଙ୍କର ମୃତ୍ୟୁ ଘଟିଛି । ରେଳବାଇ ପୋଲିସ ମହିଳାଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।

Share this…
Share on Facebook

Facebook