ବିଜୁ ଜନତା ଦଳ ପକ୍ଷରୁ ପଚିଶ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ପାଟକୁରା ନିର୍ବାଚନ ମଣ୍ଡଳୀର ଗମେଣ୍ଟ ପଲିଟେକନିକ କଲେଜ ପରିସରରେ ବୃକ୍ଷ ରୋପଣ କେର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ରାଜ୍ୟ ଯୁବ ସମ୍ପାଦକ ସୁଦୀପ୍ତ କେଶରୀ ସାମଲ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିଲ୍ଲା ପରିଷଦ ଅଧକ୍ଷା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମାଜକୁ ଗଛ ଲଗାଇବା ପାଇଁ ବାର୍ତା ଦେବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ସବୁବେଳେ ଜାରି ରହିବ ବୋଲି ପ୍ରତିକ୍ରିୟା ରଖିଥିଲେ, ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ କଲେଜ ର ଅନେକ ଛାତ୍ର ଛାତ୍ରୀଙ୍କ ସମେତ କଲେଜ ଅଧକ୍ଷ ମଧ୍ୟ ଉପସ୍ଥିତି ରହିଥିଲେ, ରାଜ୍ୟ ସମ୍ପାଦକଙ୍କ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ କଲେଜ ଛାତ୍ର ଛାତ୍ରୀ ମାନେ ପ୍ରଶଂସା କରିବା ସହିତ ଧବ୍ୟବାଦ ଅର୍ପଣ କରିଥିଲେ,
Byte:-ସୁଦୀପ୍ତ ସାମଲ(ରାଜ୍ୟ ଯୁବ ସମ୍ପାଦକ, ବିଜେଡି)
Byte:-ସଞ୍ଜୟ ଆଗ୍ରୱାଲ(ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟ, ବିଜେଡି)