ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ।

ଡେରାବିଶ ଥାନା ଅନ୍ତର୍ଗତ ପଦନପଡା ଗ୍ରାମ ର କଟକଣା ସ୍ମଶାନ ରେ ଥିବା ବରଗଛ ରେ ସ୍ଥାନୀୟ ଅଞ୍ଚଳ ଜଣେ ଅଠର ବର୍ଷୀୟ ଯୁବକ ବେକ ରେ ରଶି ଲଗାଇ ସଂଗ୍ୟlହୀନ ଅବସ୍ଥା ରେ ଝୁଲି ଥିବା ଦେଖିବାକୁ ମିଳିଛି ।
ମୃତ ଯୁବକ ଙ୍କ ନାମ ଧନେଶ୍ୱର ଜେନା ଜଣାପଡିଥିବl ବେଳେ ସ୍ଥାନୀୟ ଅଞ୍ଚଳ ରେ ପଦନପଡlର ବୋଲି ଜଣା ପଡିଛି । ଆଜି ସକାଳୁ ସ୍ଥାନୀୟ ସ୍ମଶାନ ଦେଇ କିଛି ଲୋକ ଯିବା ସମୟରେ ଧନେଶ୍ୱର ଙ୍କ ମୃତ ଦେହ ବରଗଛ ଡାଳ ରେ ଝୁଲି ରହିଥିଲା । ଏ ସମ୍ପର୍କରେ ତୁରନ୍ତ ସ୍ଥାନୀୟ ସରପଞ୍ଚ ଖବର ପାଇ ଡେରlବିଶ ଥାନା କୁ ଅବଗତ କରାଇଥିଲେ । ଡେରାବିଶ ପୋଲିସ ଘଟଣା ସ୍ଥଳ ରେ ପହଂଚି ଧନେଶ୍ୱର ଙ୍କ ଶବକୁ ଉଦ୍ଧାର କରି କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଛେଦ ନିମନ୍ତେ ପଠାଇ ଥିଲେ । ତେବେ ସୂଚନା ମୁତାବକ ଧନେଶ୍ୱର ଗତ କାଲି ରାତିରେ ସାଙ୍ଗ ମାନଙ୍କ ସହ ବଣଭୋଜି କରିବାକୁ ଯାଇଥିବା ବେଳେ ବିଳମ୍ବିତ ରାତି ଯାଏଁ ଘରକୁ ଫେରି ନଥିଲେ । ଆଜି ସକାଳୁ ତାଙ୍କ ଶବ ଝୁଲୁଥିବା ଖବର ପାଇ ଘରଲୋକେ ଘଟଣା ସ୍ଥଳ ରେ ପହଂଚି ଥିଲେ ।ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିବl ପରେ ତଦନ୍ତ ଆହୁରି ଆଗେଇବ ବୋଲି ସୂଚନା ମିଳିଛି ।

Share this…
Share on Facebook

Facebook