ଦେଶର ପ୍ରଥମ ଆଦିବାସୀ ମହିଳା ୧୫ ତମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବିପୁଳ ଭୋଟରେ ଜିତିବା ଅବସରରେ ଗଜପତି ରେ ବିଜୟ ଉତ୍ସବ |

ଦେଶର ସର୍ବୋଚ୍ଚ ପଦବୀ ଅଳଙ୍କୃତ ହେଲେ ଓଡ଼ିଶା ର ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ଏହାକୁ ନେଇ ଉତ୍ସବ ମୁଖର ରହିଛି ସାରା ସହର ପାରଳାଖେମୁଣ୍ଡି । ଆଦିବାସୀ ନାଚ ଓ ଆଦିବାସୀ ପାରମ୍ପରିକ ବାଦ୍ୟର ତାଳେତାଳେ ନାଚୁଛନ୍ତି ଅନେକ ବିଜେଡି କର୍ମୀ ଫଳାଫଳା ଘୋଷଣା ହେବା ପୂର୍ବରୁ ହିଁ ପ୍ରଥମ ରାଉଣ୍ଡରେ ଦୌପଦୀ ମୁର୍ମୁ ବହୁ ବ୍ୟାବଧାନରେ ଆଗୁଆ ଥିବାରୁ ଓଡ଼ିଶାରେ ଆରମ୍ଭ ହୋଇଯାଇଥିଲା ସେଲିବ୍ରେସନ । ଏହି ଅବସରରେ ପାରଳାଖେମୁଣ୍ଡି ରଜଦାଣ୍ଡ ରୁ ବିଜେଡ଼ି ର ଏକ ସଭାଯାତ୍ରା ବହରି ସହର ପରିକ୍ରମା କରିଥିଲେ । ବିଭିନ୍ନ ବାଜା ସହ ଆଦିବାସୀ ସୌରା ବାଜା ରେ ଦୁଲୁକି ଥିଲା ପାରଳା ସହର । କିଏ ନାଚିଥିଲେ ତ କିଏ ଗୀତ ଗାଇ ସେଳିବ୍ରେସନ କରୁଥିଲ । ବିଭିନ୍ନ ମହଲ ରେ ଏହି ଖବର କୁ ନେଇ ଦ୍ରୌପଦୀ ମୂର୍ମୁ ଙ୍କୁ ଶୁଭେଚ୍ଛା ଜଣାଇବା ସହ ଅତି ପ୍ରଶଂସା ମଧ୍ୟ କରିଛନ୍ତି।

Share this…
Share on Facebook

Facebook