ବାଲେଶ୍ଵର ଜିଲାର ନୀଳଗିରି ବ୍ଳକ ଅନ୍ତର୍ଗତ ବାରାଗଡ଼ିଆ ଗାଁରେ ଜଣେ ବ୍ୟକ୍ତିଙ୍କ ବାଡ଼ି ପଛପଟେ ଦନ୍ତା ହାତୀର ମୃତ୍ୟୁ। ଦନ୍ତା ମୃତ୍ୟୁର କାରଣ ଅସ୍ପଷ୍ଟ ।ଘଟଣାସ୍ଥଳରେ ବନବିଭାଗ ଜଗିରହିଛ। ନୀଳଗିରି ରେଞ୍ଜର ବାରାଗଡିଆ ଗାଁର ପୁରସ୍ତମ ସିଂ ବାଡିରେ ଦନ୍ତା ହାତୀର ମୃତଦେହ ରବିବାର ବିଳମ୍ବିତ ରାତିରେ ଠାବ ହୋଇଛି । ଏହି ହାତୀ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ବନ ବିଭାଗ ତଦନ୍ତ ଜାରି ରଖିଛ। ଉକ୍ତ ଦନ୍ତା ହାତୀଟି କୁଲଡିହା ଅଭୟାରଣ୍ୟର । ଅଭୟାରଣ୍ୟକୁ ସଂଲଗ୍ନ ଥିବା ତିନିକୋଶିଆ, ଗୋପାଳପୁର ଓ ଅଯୋଧ୍ୟା ସଂରକ୍ଷିତ ଜଙ୍ଗଲରେ ବହୁ ଦିନ ଧରି ରହି ଆସୁଥିଲା। ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।