୧-ଏନଡିଏ ପକ୍ଷରୁ ପ୍ରକାଶ ପାଇଛି ଦେଶର ଉପ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ । ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡଙ୍କ ନାଁ ଘୋଷଣା କରିଛି ଏନଡିଏ । ଖୋଦ୍ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହାର ଘୋଷଣା କରିଛନ୍ତି।
୨–ବିଧାନସଭାରେ କାଶୀପୁର ଝାଡ଼ାବାନ୍ତି ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କଲା କଂଗ୍ରେସ ।
୩-ହଜ୍ଯାତ୍ରା ଶେଷ କରି ଫେରିଥିବା ଶ୍ରଦ୍ଧାଳୁଙ୍କୁ ସ୍ୱାଗତ କଲେ କାଶ୍ମୀର ପଣ୍ଡିତ; ଭିଡିଓ ଟ୍ୱିଟ୍ କରି ବିଧାୟକ ଲେଖିଲେ- ଭଲପାଇବାକୁ ରାଜନୀତିର ନଜର ନଲାଗୁ
୪-ବିଜେପିର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ଆକ୍ସନ ମୋଡରେ ମମତା ବାନାର୍ଜୀ: ଡାକିଲେ ସାଂସଦମାନଙ୍କର ବୈଠକ
୫-ଲଘୁଚାପ ପ୍ରଭାବ: ପ୍ରବଳରୁ ଅତିପ୍ରବଳ ବର୍ଷିବ; ୯ଜିଲ୍ଲାକୁ ଅରେଞ୍ଜ ୧୩ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି ।
୬-ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ସମ୍ମାନ ଅଛି, ହେଲେ ସମର୍ଥନ କରିପାରିବୁ ନାହିଁ: ଆପ୍ ।
୭-ମେକ୍ସିକୋରେ ନୌସେନା ହେଲିକପ୍ଟର ବ୍ଲାକ୍ ହକ୍ ଦୁର୍ଘଟଣାଗ୍ରସ୍ତ, ଚପର କ୍ରାସରେ ୧୪ ଜଣଙ୍କ ମୃତ୍ୟୁ
୮-ଉତ୍ତରପ୍ରଦେଶର ଜାଲୁନରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
୯-ଫୁଲବ୍ରାଇଟ୍ ଫେଲୋସିପ୍ ସମ୍ମାନରେ ସମ୍ମାନିତ ହେଲେ ଜୁବିନ ଦାସ, ଏକ ମାତ୍ରେ ଓଡିଆ ଭାବେ ପାଇଲେ ଏହି ପୁରସ୍କାର ।
୧୦-ଅଶାନ୍ତ ମାହୋଲ ଭିତରେ ଶ୍ରୀଲଙ୍କାରେ ସଂସଦ ଅଧିବେଶନ ଆରମ୍ଭ। ଜୁଲାଇ ୨୦ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଅଧିବେଶନରେ ହେଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା।
୧୧-ପ୍ରବଳ ବର୍ଷାରେ ଜଳବନ୍ଦୀ ଅନେକ ରାଜ୍ୟ। ମହାରାଷ୍ଟ୍ର, ଗୁଜୁରାଟ, ଛତିଶଗଡ଼ରେ ସ୍ଥିତି ସଙ୍ଗୀନ।
୧୨-ଫିଲ୍ମ ନିର୍ଦ୍ଦେଶକ ରାମଗୋପାଳ ବର୍ମାଙ୍କ ନାଁରେ ଥାନାରେ ମାମଲା ରୁଜୁ: ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ କରିଥଲେ ବିବାଦୀୟ ଟ୍ୱିଟ୍ ।
୧୩-ଛତିଶଗଡ଼ ସରକାରରେ କମ୍ପନ: ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଟି.ଏସ ସିଂହଦେଓ ।
୧୪-ଅଗଷ୍ଟ ୮ରେ କଟକ ଆସିବେ ଗୃହମନ୍ତ୍ରୀ ଅମିତ୍ ଶାହ ।
୧୫-ବିଲ୍ଡର କୃଷ୍ଣ ନାୟକ ହତ୍ୟା ମାମଲା: ମୁଖିଆ ତାରିଣୀ ଓ ୩ ସାଥୀଙ୍କୁ ଆଜୀବନ କାରାଦଣ୍ଡ ।
୧୬-କେବଳ ଭାରତ ନୁହେଁ, ରୁଷରୁ ସାଉଦି ବି କିଣିଛି ଅଧିକ ତେଲ, ଯୁଦ୍ଧ ସମୟରେ ଦୁଇ ଗୁଣା ଅଧିକ କରିଛି ଆମଦାନୀ ।
୧୭-Commonwealth Games 2022: ଭାରତୀୟ ଦଳ ଘୋଷଣା କଲା IOA, ସ୍ଥାନ ପାଇଲେ ୨୧୫ ଜଣ ଖେଳାଳି ।
୧୮-ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରୀଛାତ୍ରଙ୍କ ସମସ୍ୟା ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ।
ଶୁଭ ସକାଳ,ସୁପ୍ରଭାତ