କୋମଳମତି ଶିଶୁ ଓ ପ୍ରସୂତି ଙ୍କ ସହ ଖେଳ l ପୃଷ୍ଟି କର ଖାଦ୍ୟ ନାଁ ରେ ଦିଆଯାଉଛି ଏକ୍ସପlରୀ ଛତୁଆ l ଏ କଥା ଆମେ କହୁନୁ ଏ ଦୃଶ୍ୟ ହିଁ ବୟାନ କରୁଛି ଭଲକରି ଟିକେ ନଜର ପକାନ୍ତୁ ଏହି ଛତୁଆ ପ୍ୟାକେଟ ଉପରେ ଏଥିରେ ଲେଖା ହୋଇଛି ଜୁନ ମାସରେ ଏହା ପ୍ରସ୍ତୁତ ହୋଇଥିଲା କିନ୍ତୁ ଏହାର ପଛପଟେ ରହିଛି ଏପ୍ରିଲ ମାସ l ଏଠାରେ ପ୍ରଶ୍ନ ଉଠୁଛି ଏହି ଛତୁଆ ପ୍ୟାକେଟ କେବେ ପ୍ରସ୍ତୁତ ହୋଇଥିଲା l ପ୍ରସ୍ତୁତି ମାସର ତ୍ରୁଟି ରହିଛି ନାଁ ଜାଣିଶୁଣି ଏପରି କରାଯାଉଛି ଯଦି ଏହା ଜାଣିଶୁଣି ମାସ ପରିବର୍ତନ କରାଯାଇଛି ତେବେ ଛତୁଆ ଖାଇଥିବା ଶିଶୁଙ୍କ ଅବସ୍ଥା ଖରାପ ହୁଏ ତେବେ ଏଥି ପାଇଁ ଦାଈ ରହିବ କିଏ ତାହାକୁ ନେଇ ଦେଖାଦେଇଛି ଅସନ୍ତୋଷ l
ପ୍ରସୂତି ଓ ଶିଶୁଙ୍କୁ ସୁଷମ ଖାଦ୍ୟ ଯୋଗାଇବାପାଇଁ ରାଜ୍ୟ ରେ କୋଟି କୋଟି ଟଙ୍କା ବେୟ ରେ ସରକାରଙ୍କ ତରଫରୁ ଯୋଗାଆଯାଉଛି ଛତୁଆ ହେଲେ ସରକାରଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ ଗରିବ ଓ କଅଁଳ ଶିଶୁଙ୍କ ପେଟରେ ଲାତ ମାରୁଛନ୍ତି ସ୍ୱଂସହାୟକ ଗୋଷ୍ଠୀ l ଭାତ ହାଣ୍ଡି ରୁ ଗୋଟିଏ ଭାତ ଦେଖିଲା ଭଳି ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ହାତୀନା ପଂଚାୟତ ର ସେକ୍ଟର 2 ରୁ ଏପରି ଅଭିଯୋଗ ଏବେ ସାମ୍ନା କୁ ଆସିଛି l କେବଳ ହାତୀନା କାହିଁକି ଜିଲ୍ଲା ର ବିଭିନ୍ନ ଛତୁଆ ଫେକ୍ଟ୍ରି ଚାଲିଛି ଏଭଳି ମହାଦୃନୀତି କିନ୍ତୁ କିଛି କିଛି ସାମ୍ନା କୁ ଆସୁଛି ତ ଆଉ କିଛି ସାମ୍ନା ଆଢୁଆଳ ରେ ରହିଯାଉଛି l ତେବେ ହାତୀନା ଘଟଣା ର ଅଭିଯୋଗ ପରେ ଜଣେ ସୁପରଭାଇଜର ଅଭିଯୋଗକାରୀଙ୍କୁ ନ ଡାକି ସ୍ଥାନୀୟ ହିତାଧିକାରୀ ଙ୍କ ଦସ୍ତଖତ ନେଇ କାମ ସାରି ଦେଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ହିତାଧିକାରୀ l
ସେପଟେ ଘଟଣା ର ତଦନ୍ତ କରି ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କହିଛନ୍ତି ଜିଲ୍ଲାପାଳ l
ତେବେ ଘଟଣା ର ତଦନ୍ତ କଣ ହେଉଛି ଏବଂ ତଦନ୍ତ କୁ କେତେ ଦିନ ବିତୁଛି ଓ ତଦନ୍ତ ରିପୋର୍ଟ ଆସୁଛି ତାହା ହିଁ ସମୟ ସାପକ୍ଷ l